Latest Odisha News

BREAKING NEWS

କଟିବ ସାଂସଦଙ୍କ ୩୦ % ଦରମା, ଲୋକସଭାରେ ବିଲ୍ ପାରିତ

ନୂଆଦିଲ୍ଲୀ: କଟିବ ଲୋକସଭା ସାଂସଦଙ୍କ ବେତନ।  ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଛି। ଏହି ଟଙ୍କାର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିତିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ ସଂକ୍ଷିପ୍ତ ଆଲୋଚନା ପରେ ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ସଂଶୋଧନ ବିଧେୟକ ୨୦୨୦କୁ ମଞ୍ଜୁରୀ ମିଳିଛି। ଏହି ବିଧେୟକଙ୍କୁ ସାଂସଦ ବେତନ, ଭତ୍ତା ଓ ପେନସନ ଅଧ୍ୟାଦେଶ ୨୦୨୦ ସ୍ଥାନରେ ଲାଗୁ କରାଯାଇଛି।

ସାଂସଦଙ୍କ ବେତନ, ଭତ୍ତା ଓ ପେନସନ ଅଧିନିୟମ ୧୯୫୪ରେ ସଂଶୋଧନ କରାଯାଇଛି। କରୋନା ଭାଇରସ ମହାମାରୀ ମଧ୍ୟରେ ଏହି ଅଧ୍ୟାଦେଶକୁ ଏପ୍ରିଲ ୬ରେ ମନ୍ତ୍ରିମଣ୍ଡଳରୁ ମଞ୍ଜୁରୀ ମିଳିଥିଲା। ଏହା ଏପ୍ରିଲ ୭ରେ ଲାଗୁ ହୋଇଥିଲା।  ଅଧିକ ସାଂସଦ ଏହି ବିଲକୁ ସମର୍ଥନ କରିଥିଲେ । କିନ୍ତୁ ସରକାର ସାଂସଦ ନିଧି ନକାଟିବା ପାଇଁ ସେମାନେ ଦାବି କରିଥିଲେ ।

Leave A Reply

Your email address will not be published.