ବିଏସ୍ଏନ୍ଏଲ୍ର ଧମାକାଦାର୍ ଅଫର୍; ମାଗଣାରେ ମିଳିବ ୨୫ ପ୍ରତିଶତ ଡାଟା
ନୂଆଦିଲ୍ଲୀ: ବିଏସ୍ଏନ୍ଏଲ୍କୁ ୨୦ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର୍ ଘୋଷଣା କରିଛି। ଅକ୍ଟୋବର ମାସରେ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ୨୫ ପ୍ରତିଶତ ଡାଟା ମାଗଣାରେ ପ୍ରଦାନ କରିବ।
ଗ୍ରାହକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ଅନେକ ପ୍ଲାନ୍ ପ୍ରସ୍ତୁତ କରିଛି କମ୍ପାନୀ। ବିଏସ୍ଏନ୍ଏଲ୍ ସମଗ୍ର ଭାରତରେ ନୂତନ ଭାରତ ଫାଇବର୍ ପ୍ଲାନ୍ ଲଞ୍ଚ୍ କରିଛି। ଯାହା ଦ୍ବାରା ଅଧିକ ସ୍ପିଡ୍ ଡାଟା ମିଳିବ।
ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ସହିତ ଯୋଡ଼ି ହୋଇ ରହିବା ଉଦ୍ଦେଶ୍ୟରେ ନୂତନ ଭାରତ ଫାଇବର୍ ପ୍ଲାନ୍ ଆରମ୍ଭ କରିଛି। ଏହି ଅଫର୍ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ବୈଧତା ରହିଛି।