Latest Odisha News

BREAKING NEWS

ହସ୍ପିଟାଲ୍‌ରୁ ଡିସ୍‌‌ଚାର୍ଜ ସମୟରେ ସୁପର୍‌‌ମ୍ୟାନ୍‌ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ସେ ଆଗକୁ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେବା ଆରମ୍ଭ କରିଛନ୍ତି।

ତେବେ କରୋନାରୁ ସୁସ୍ଥ ହୋଇ ଫେରିବା ସମୟରେ ଡାକ୍ତରଖାନାରେ ଡୋନାଲ୍ଡ ଟ୍ରମ୍ପ ଲୋକଙ୍କୁ ବିସ୍ମିତ କରିବାକୁ ଚାହୁଁଥିଲେ ବୋଲି କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବା ଲାଗି ସେ ଡାକ୍ତରଖାନା ଛାଡିବା ସମୟରେ ସୁପରମ୍ୟାନ୍ ସାର୍ଟ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ।

କୋଭିଡ-୧୯ ଚିକିତ୍ସା ପରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଟ୍ରମ୍ପ ଲାଗି ପଡ଼ିଛନ୍ତି। ଶନିବାର ଦିନ ଅପରାହ୍ନରେ ଶହ ଶହ ସମର୍ଥକଙ୍କ ମଧ୍ୟରେ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ରେ ପ୍ରବେଶ କରିଥିଲେ।

୨ ଅକ୍ଟୋବରରେ, ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ୱାଲ୍ଟର ରିଡ୍ ମିଲିଟାରୀ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଖାନାରେ ଚିକିତ୍ସା ସମୟରେ ସେ ଅନେକ ଫୋନ୍ କଲ କରିଥିଲେ। ଯେଉଁଠାରେ ସେ ଶାରୀରିକ ଭାବରେ ଦୁର୍ବଳ ଥିବା ଦର୍ଶାଇଥିଲେ।

ଖବର ଅନୁଯାୟୀ, ଡାକ୍ତରଖାନାରୁ ଡିସଚାର୍ଜ ହେବାବେଳେ ସେ ସୁପରମ୍ୟାନ୍ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ।

 

Comments are closed.