Latest Odisha News

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।

ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ବି ଦୈନିକ କମୁଛି । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୧୬ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ମହାମାରୀରେ ୧ ଲକ୍ଷ ୯ ହଜାର ୧୫୦ ଜଣ ମୃତ୍ୟୁବରଣ କଲେଣି । ଦେଶରେ କରୋନା ମୃତ୍ୟୁହାର ରହିଛି ୧.୫୩% ।

ଆଶ୍ୱସ୍ତିକର ଖବର ହେଉଛି, ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମ୍ ରହୁଥିବା ବେଳେ ଅଧିକ ଲୋକ ଆରୋଗ୍ୟ ଲାଭ କରୁଛନ୍ତି । ସାରା ଦେଶରେ କରୋନାରୁ ସୁସ୍ଥ ହେଲେଣି ୬୧ ଲକ୍ଷ ୪୯ ହଜାର ୫୩୫ ଆକ୍ରାନ୍ତ । ଆକ୍ଟିଭ୍ କେସ ରହିଛି ୮ ଲକ୍ଷ ୬୧ ହଜାର ୮୫୩ ।

ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୮ କୋଟି ୭୮ ଲକ୍ଷ ୭୨ ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ଗତ ୨୪ ଘଣ୍ଟାରେ ୯ ଲକ୍ଷ ୯୪ ହଜାର ୮୫୧ଟି ନମୁନା ପରୀକ୍ଷା ହୋଇଛି । ଦେଶରେ ଅଧିକ ସଂକ୍ରମିତ ରାଜ୍ୟର ତାଲିକାର ପ୍ରଥମ ପାଞ୍ଚଟି ସ୍ଥାନରେ ରହିଛି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ।

Leave A Reply

Your email address will not be published.