ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍କାର୍ଟ ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ୍କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ସିଜିନ୍ରେ ଅଧିକ ସ୍ମାର୍ଟଫୋନ୍ ବିକ୍ରି ହୋଇଥିବା ସୂଚନା ମିଳିଛି। ପ୍ରତି ମିନିଟ୍ରେ ପ୍ରାୟ ୧.୫ କୋଟି ମୂଲ୍ୟର ସ୍ମାର୍ଟଫୋନ୍ ବିକ୍ରି ହୋଇଛି।
ଏହି ଦୁଇ କମ୍ପାନୀ ଫେଷ୍ଟିଭ୍ ସିଜିନ୍ର ପ୍ରଥମ ପର୍ଯ୍ୟାୟରେ ମୋଟ ଇ-କମର୍ସ ବିକ୍ରିରେ ପ୍ରାୟ ୯୦ ପ୍ରତିଶତ ଅଂଶ ପାଇଛନ୍ତି। ଫ୍ଲିପ୍କାର୍ଟର ଅଂଶ ପ୍ରାୟ ୬୮ ପ୍ରତିଶତ ହୋଇଥିବାବେଳେ ଆମାଜନ୍ର ପ୍ରାୟ ୩୨ ପ୍ରତିଶତ ରହିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୬ ରୁ ୨୧ ପର୍ଯ୍ୟନ୍ତ ଉଭୟ କମ୍ପାନୀ ଗ୍ରାହକଙ୍କୁ ସ୍ପେଶାଲ୍ ଫେଷ୍ଟିଭ୍ ଅଫର୍ ପ୍ରଦାନ କରି ବିକ୍ରୟ କରିଥିଲେ।
ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେ ବିକ୍ରି ୧୬ ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା। ୧୭ ଅକ୍ଟୋବରରେ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ବିକ୍ରି ଆରମ୍ଭ ହୋଇଥିଲା।
ରିପୋର୍ଟ ଅନୁଯାୟୀ, ଏହି ସମୟରେ ଫେଷ୍ଟିଭାଲ ସିଜିନ୍ର ପ୍ରଥମ ବିକ୍ରିରେ ଇ-କମର୍ସ କମ୍ପାନୀର ବିକ୍ରି ୫୫ ପ୍ରତିଶତ ବୃଦ୍ଧି ପାଇ ୪.୧ ବିଲିୟନ ଡ଼ଲାର (ପ୍ରାୟ ୩୦ ହଜାର କୋଟି) ରେ ପହଞ୍ଚିଛି। ତେବେ ଏଥର ସେଲ୍ରେ ସର୍ବାଧିକ ବିକ୍ରି ହୋଇଛି ମୋବାଇଲ୍ ଫୋନ୍। କରୋନା ପ୍ରଭାବ ପରେ ବି ଇ-କମର୍ସ ବିକ୍ରିରେ ଏଭଳି ବୃଦ୍ଧି ନିଶ୍ଚିତ ରୂପେ ଉତ୍ସାହଜନକ।
BREAKING NEWS
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
Comments are closed.