Latest Odisha News

BREAKING NEWS

ସୁଧୁରୁଛି ଅର୍ଥନୀତି; ଅକ୍ଟୋବରରେ ୧ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ଧରି ଚାଲିଥିବା କରୋନାର ପ୍ରକୋପ ଭାରତୀୟ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିଛି। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିସ୍ଥିତି ସୁଧୁରିବା ଆରମ୍ଭ କରିଛି ଏବଂ ଦେଶର ଅର୍ଥନୀତି ପୁଣିଥରେ ଫେରି ଆସୁଛି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ସଂଗ୍ରହ ୧.୦୫ ଲକ୍ଷ କୋଟି ଟଙ୍କା ହୋଇଛି। ଫେବୃଆରୀ ପରଠାରୁ ପ୍ରଥମ ଥର ପାଇଁ ଜିଏସ୍ଟି ସଂଗ୍ରହ ୧ ଲକ୍ଷ କୋଟି ଅତିକ୍ରମ କରିଛି। ଏହାପୂର୍ବରୁ, ଫେବୃଆରୀ ୨୦୨୦ ରେ ଜିଏସ୍ଟି ସଂଗ୍ରହ ୧,୦୫,୩୬୬ କୋଟି ଟଙ୍କା ଥିଲା। ପୂର୍ବ ମାସରେ ଅର୍ଥାତ୍ ସେପ୍ଟେମ୍ବର ଜିଏସ୍ଟି ସଂଗ୍ରହ ୯୫୪୮୦ କୋଟି ଟଙ୍କା ରହିଥିଲା। ଏ ନେଇ ରବିବାର ଦିନ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

 

Comments are closed.