ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଧାଇ ଦୋ’ ପାଇଁ ସଜବାଜ ହେଉଛନ୍ତି। ରାଜକୁମାର ଫିଲ୍ମ ପାଇଁ ଜିମରେ ଅଧିକ ସମୟ ବିତାଉଛନ୍ତି। ଯାହା ଫଳରେ ସେ ଫିଲ୍ମ ପାଇଁ ନିଜକୁ ଆହୁରି ଫିଟ୍ କରିପାରିବେ। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଏହି ମସ୍କୁଲାର୍ ଅନ୍ଦାଜ୍ ଫଟୋ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ରାଜକୁମାର ତାଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଅତି ସୁନ୍ଦର ବଡି ବନେଇଥିବାର ଦେଖିବାକୁ ମିଳିଛି।
ତାଙ୍କୁ ଜିମରେ ଡମ୍ବଲ୍ ନିକଟରେ ଠିଆ ହୋଇଥିବା ଏବଂ ନିଜ ମାଂସପେଶୀକୁ ଅଧିକ ମଜଭୁତ୍ କରୁଥିବା ନଜର ଆସିଛନ୍ତି। ଏହାପୂର୍ବରୁ ରାଜକୁମାର ରାଓ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ତାଙ୍କ ଫିଟ୍ନେସ୍କୁ ପ୍ରଦର୍ଶନ କରିଥିଲେ। ଫଟୋ କ୍ୟାପସନରେ ରାଜକୁମାର ରାଓ ଲେଖିଛନ୍ତି, “ନୂଆ ଚରିତ୍ର। ନୂତନ ପ୍ରସ୍ତୁତି।” ଆୟୁଷ୍ମାନ ଖୁରାନା ଏବଂ ସାନ୍ୟା ମାଲହୋତ୍ରା ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ର ସିକ୍ୱେଲ। ଚଳଚ୍ଚିତ୍ରର ପ୍ରଥମ ଭାଗ ସଫଳ ହେବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା।
Comments are closed.