Latest Odisha News

BREAKING NEWS

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି ତେଲେଙ୍ଗାନାର ଅଦିଲାବାଦରେ ଚାଂଚଲ୍ୟ ସୃଷ୍ଟି କରିଥିଲା ।

ଆତଙ୍କ ଖେଳାଇଥିବା ନେତାଙ୍କ ପରିଚୟ ହେଉଛି ଅଦିଲାବାଦ ଜିଲ୍ଲା ଅଧ୍ୟକ୍ଷ ମହମ୍ମଦ ଫାରୁକ୍ ଅହମଦ । ଟଟିଗୁଡା ଅଂଚଳରେ କ୍ରିକେଟ ଖେଳକୁ ନେଇ ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ମାମଲାରେ ହସ୍ତକ୍ଷେପ କରି ଅହମଦ କିଛି ଲୋକଙ୍କୁ ଗୁଳିମାଡ କରିବା ସହ ଛୁରାମାଡ ବି କରିଥିଲେ ।

ଏହି ଭିଡିଓରେ ଅହମ୍ମଦଙ୍କୁ ଖୋଲାଖୋଲି ଗୁଳିମାଡ କରିବାର ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଗୋଟିଏ ହାତରେ ବନ୍ଧୁକ ଓ ଅନ୍ୟ ହାତରେ ଛୁରୀ ଜରିଆରେ ସେ ଏକାଧିକ ଲୋକଙ୍କୁ ଆହତ କରିଥିଲେ । ଆହତଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତ ଅହମଦଙ୍କୁ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ଗିରଫ କରିଥିଲାବେଳେ ବନ୍ଧୁକର ଲାଇସେନ୍ସ ରଦ୍ଧ କରିବା ପାଇଁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛି ।

Leave A Reply

Your email address will not be published.