Latest Odisha News

BREAKING NEWS

ଡିଜିଟାଲ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ : ଏଣିକି ଭୋଟର ପରିଚୟ ପତ୍ରର ଇଲେକ୍ଟ୍ରୋନିକ୍ ସଂସ୍କରଣର ସୋମବାର ଶୁଭାରମ୍ଭ ହେବ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାର ଶୁଭାରମ୍ଭ କରିବେ । ଏହାସହ ପାଞ୍ଚ ନୂତନ ମତଦାତାଙ୍କୁ ଇ-କପିକ ଓ ନିର୍ବାଚକ ଫଟୋ ପରିଚୟ ପତ୍ର ବିତରଣ କରିବେ ।

ଏହି ଡିଜିଟାଲ ଆଇଡି କାର୍ଡକୁ ମୋବାଇଲ ଫୋନ୍ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ୍‌ କରାଯାଇ ପାରିବ।ଇ-ଇଲେକ୍ଟର ଫଟୋ ପରିଚୟ ପତ୍ର ନିର୍ବାଚନ ଫଟୋ ପରିଚୟ ପତ୍ରର ଡିଜିଟାଲୀ ସଂସ୍କରଣ ଅଟେ । ଏହାକୁ ଡିଜିଟାଲ ଲକର ପରି ମାଧ୍ୟମରେ ସୁରକ୍ଷିତ ରଖାଯାଇ ପାରିବ ବୋଲି ନିର୍ବାଚନ ଆୟୋଗଙ୍କ ଅଧିକାରୀ କହିଛନ୍ତି । 

ଭୋଟର ଆଇଡି କାର୍ଡର ଏହି ଡିଜିଟାଲ ଭର୍ସନକୁ  ପୋର୍ଟେବଲ୍ ଡକ୍ୟୁମେଣ୍ଟ (ପିଡିଏଫ)ଫର୍ମାଟ୍‌ରେ ମଧ୍ୟ ପ୍ରିଣ୍ଟ କରାଯାଇ ପାରିବ । ହାର୍ଡ କପି ପ୍ରିଣ୍ଟ କରିବା ଏବଂ ମତଦାତା ପର୍ଯ୍ୟନ୍ତ  ପହଞ୍ଚାଇବାରେ ସମୟ ଲାଗୁଛି। ହେଲେ ଏବେ ଏହି ବ୍ୟବସ୍ଥାରେ ମତଦାତାଙ୍କ ପାଖରେ ସହଜରେ ଭୋଟର ପରିଚୟ ପତ୍ର ମିଳିପାରିବ ।

Leave A Reply

Your email address will not be published.