Latest Odisha News

BREAKING NEWS

ସଞ୍ଚାର କଳାକାର ଦୁଃଖନାଶନ ବେହେରା ବେନି ମାଧବ ସମ୍ମାନ ପାଇଁ ମନୋନୀତ

ସମ୍ବଲପୁର : ଗଙ୍ଗାଧର ବିଶି ପ୍ରକାଶନୀ ସମ୍ବଲପୁର ତରଫରୁ ଦ୍ୱିତୀୟ “ବେନି ମାଧବ ସମ୍ମାନ” ପାଇବା ପାଇଁ ବିଶିଷ୍ଟ ସଞ୍ଚାର କଳାକାର  ଦୁଃଖନାଶନ ବେହେରା ମନୋନୀତ ହୋଇଛନ୍ତି। ଏକ ସ୍ଵତନ୍ତ୍ର ବୈଠକରେ ମନୋନୟନ କମିଟିର ସଦସ୍ଯ ଶ୍ରୀଯୁକ୍ତ ସଞ୍ଜୟ ସୂପକାର, ଶ୍ରୀଯୁକ୍ତ ଅଶୋକ ପଧାନ, ଡ. ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଡ. ଶ୍ୟାମ ଭୋଇ ଓ ଶ୍ରୀଯୁକ୍ତ ମାନସ କୁମାର ଷଡଙ୍ଗୀଙ୍କ ଦ୍ବାରା ଏହା ଘୋଷଣା କରାଯାଇଛି।

କଳା-ସଂସ୍କୃତିର ବିକାଶ ତଥା କଳାକାରମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ଏହି ସମ୍ମାନ ଦିଆଯାଉଛି। ପଶ୍ଚିମ ଓଡ଼ିଶାରେ ଏହା ଏକ ଅଭିନବ ପଦକ୍ଷେପ। ଶ୍ରୀ ବେହେରା ପଶ୍ଚିମ ଓଡିଶାର ଏହି ସ୍ବତନ୍ତ୍ର କଳାକୁ ସୁଦୂର ଜାପାନ ଆଦି ଦେଶରେ ପରିବେଷଣ ପୂର୍ବକ କଳାର ପ୍ରଚାର ପ୍ରସାର କରି ଭୂୟସୀ ପ୍ରଶଂସା ଲାଭ କରିଛନ୍ତି ଦେଶ ବିଦେଶରୁ ବହୁ ଅନୁଷ୍ଠାନ ଦ୍ବାରା ସେ ସମ୍ମାନିତ ତଥା ସମ୍ବର୍ଦ୍ଧିତ । ଶ୍ରୀ ବେହେରାଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ପାଟଯୋଡ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ।

Comments are closed.