Latest Odisha News

BREAKING NEWS

ପରଲୋକରେ ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁ

ସମ୍ବଲପୁର: ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ । ସମ୍ବଲପୁର କଳାପରିଷଦ ସହ ଜଡିତ ଥିଲେ କୃପାସିନ୍ଧୁ । ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ । ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ ।

‘ଅସ୍ତରାଗ’ ଫିଲ୍ମର ‘ରାଧା ନାନୀ ଲହର ମଣିରେ’ ରଚନା କରିଥିଲେ । ସେ ଅନେକଙ୍କୁ ଗୀତ ଗାଇବା ଏବଂ ଢୋଲ ବଜାଇବା ମଧ୍ୟ ଶିଖାଇଥିଲେ ।

କୃପାସିନ୍ଧୁଙ୍କ ପୈତୃକ ଘର ଗୁରୁପରାର ତିମିନିରେ । କିଛି ବର୍ଷ ପୂର୍ବେ ସେ ଅଇଁଠାପାଲୀରେ ରହୁଥିଲେ । ସମ୍ବଲପୁର କମର୍ସିଆଲ ଟ୍ୟାକ୍ସ ଆସିସଷ୍ଟାଣ୍ଟ କମିଶନର ଅଫିସରୁ ମୁଖ୍ୟ କିରାଣୀ ଭାବେ ଅବସର ନେଇଥିଲେ ।

Leave A Reply

Your email address will not be published.