Latest Odisha News

BREAKING NEWS

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରି ହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟି ଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ ଲାଗି ବୃଦ୍ଧି କରିଛନ୍ତି । ଆସନ୍ତା ୧୨ ତାରିଖ ଯାଏ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିପାରିବେ ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଏହା କୁହାଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିପାରିବେ । ୧୨ ତାରିଖ ପରେ ପୁଣି ଥରେ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

 

Leave A Reply

Your email address will not be published.