ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ସ୍ଥାନୀୟ ରୋଟାରୀ ଭବନରେ ବିଶିଷ୍ଟ କଥାକାର ସୁକୁବିନା (ଜାପାନୀ)ଙ୍କ ଅନୂଦିତ ଇଂରାଜୀ ଗଳ୍ପ ସଂକଳନ ‘ଦ ଲଷ୍ଟ ଡଟର’ ଏବଂ କବୀ ପୁରବୀ ଦାସ ଓ ଅମ୍ରିତ ପଟ୍ଟନାୟକଙ୍କ ଯୁଗ୍ମ ଇଂରାଜୀ କବିତା ସଂକଳନ ‘ଦ ଆର୍ଟ ଅଫ ଗଡ’ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଅନୁବାଦକ ତଥା କବି ସଂଗ୍ରାମ ଜେନା ଅତିଥି ଭାବରେ ଯୋଗ ଦେଇ ପୁସ୍ତକ ଦୁଇଟି ବିଷୟରେ ଆଲୋଚନା କରିଥିଲେ। ଲୋକାର୍ପିତ ପୁସ୍ତକରୁ ଅନୁଷ୍କା ପରିଜା କେତୋଟି କବିତା ପାଠ କରିଥିଲେ।
ଏହି ସମାରୋହରେ ଟାଇମପାସର ନିର୍ଦ୍ଦେଶକ ସରୋଜ ବଳ ସ୍ୱାଗତଭାଷଣ ପ୍ରଦାନ କରିଥିବା ବେଳେ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ ପୌରହିତ୍ୟ କରିଥିଲେ ଓ କବି ତଥା କଥାକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.