Latest Odisha News

BREAKING NEWS

ଭାରତ-ଇଂଲଣ୍ଡ ୩ୟ ଦିନିକିଆ କ୍ରିକେଟ ମ୍ୟାଚ: ବିଜୟ ହିଁ ଏକମାତ୍ର ବିକଳ୍ପ

ପୁଣେ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ରବିବାର ଏଠାରେ ଖେଳାଯିବ । ଉଭୟ ଟିମ୍ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଥିବାରୁ ନିର୍ଣ୍ଣାୟକ ମୁକାବିଲା ଯିଏ ଜିତିବ ସେ ସିରିଜ ହାତେଇବ । ଅନ୍ୟ ଅର୍ଥରେ ଉଭୟ ଟିମ୍ ବିଜୟ ହିଁ ଏକମାତ୍ର ବିକଳ୍ପ ରହିଛି । କୂଲଦୀପ ଯାଦବ ଓ କୃଣାଳ ପାଣ୍ଡ୍ୟାଙ୍କ ବୋଲିଂରେ ନୈରାଶ୍ୟଜନକ ପ୍ରଦର୍ଶନ ଅଧିନାୟକ ବିରାଟ କୋହଲିଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଭୁବନେଶ୍ୱର କୁମାରଙ୍କ ସହିତ ଟି.ନଟରାଜନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିବା ପାଇଁ ଟିମ୍ ମ୍ୟାନେଜମେଂଟ ଚାହୁଁଛି । ତୃତୀୟ ଦିନିକିଆରେ ଭାରତ ଏହି ଏକାଦଶ ନେଇ ପଡିଆକୁ ଓହ୍ଲାଇପାରେ ।
ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, କେଏଲ ରାହୁଲ, ୟୁଜଭେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ଟି.ନଟରାଜନ, ଭୁବନେଶ୍ୱର କୁମାର, ପ୍ରସିଦ୍ଧି କ୍ରିଷ୍ଣା ।

Comments are closed.