Latest Odisha News

BREAKING NEWS

ଉତ୍ତରପ୍ରଦେଶର ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା, ୧୩ ଶ୍ରମିକ ଆହତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ରେ ଦୁର୍ଘଟଣା । ପ୍ଲାଣ୍ଟ୍‌ର ଗୋଟିଏ ୟୁନିଟ୍‌ରେ ଆଜି ସକାଳେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ବଏଲର୍‌ର ଟିଣ ଛପର ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି । ଏଥିରେ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି । 

‘ଲାଙ୍କୋ ଆନପାରା ପାଓ୍ଵାର୍‌ ଲିମିଟେଡ୍‌’ର ‘ପାଓ୍ଵାର୍‌ ଜେନେରେଟିଙ୍ଗ୍‌ ୟୁନିଟ୍‌’ମାନଙ୍କ ମଧ୍ୟରୁ ଗୋଟିକରେ ମରାମତି ଚାଲିଥିବା ବେଳେ ଦୁର୍ଘଟଣାଟି ଘଟିଛି । ଲକ୍ଷ୍ନୌ ଠାରୁ ପ୍ରାୟ ୩୫୦ କିଲୋମିଟର୍‌ ଦୂର ସୋନଭଦ୍ରା ଜିଲ୍ଲାରେ ଅବସ୍ଥିତ ପ୍ଳାଣ୍ଟ । 

ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଆଠଜଣ ଶ୍ରମିକଙ୍କୁ ଡିସ୍ଚାର୍ଜ କରାଯାଇଛି । ଅନ୍ୟ ପାଞ୍ଚ ଜଣଙ୍କର ଚିକିତ୍ସା ଚାଲିଛି । ଆହତଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇବା ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.