Latest Odisha News

BREAKING NEWS

ଆଜି ବି ଖସିଲା ପାରଦ, କେବଳ ବୌଦ୍ଧରେ ତାପମାତ୍ରା ୪୦ ପାର୍

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଜି ବାଲେଶ୍ବରରେ ତାପମାତ୍ରା ୩୪.୯ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୬.୪, କଟକରେ ୩୭, ପାରାଦୀପରେ ୩୨.୬, ଭୁବନେଶ୍ବରରେ ୩୭.୨, ଗୋପାଳପୁରରେ ୩୩.୩, ପୁରୀରେ ୩୪.୧, ଅନୁଗୁଳରେ ୩୪.୧, ବାରିପଦାରେରେ ୩୭, ଝାରସୁଗୁଡ଼ାରେ ୩୭.୨, କେନ୍ଦୁଝରରେ ୩୫, ସମ୍ବଲପୁରରେ ୩୬.୫, ସୁନ୍ଦରଗଡ଼ରେ ୩୮, ହୀରାକୁଦରେ ୩୫.୯, ତାଳଚେରରେ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୮.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୭.୮, କୋରାପୁଟରେ ୩୨.୨, ଫୁଲବାଣୀରେ ୩୬.୫, ଟିଟିଲାଗଡ଼ ଓ ମାଲକାନଗିରିରେ ୩୮, ସୋନପୁରରେ ୩୯.୮, ନୟାଗଡ଼ରେ ୩୮, ଛତ୍ରପୁରରେ ୩୩.୬, ପାରଳାଖେମୁଣ୍ଡିରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.