Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : କରୋନାକୁ ପ୍ରେମ କରନା

ଡଃ କୁଳାଙ୍ଗାର 

ଭାରି ଭୟଙ୍କର କରୋନାର ପ୍ରେମ
ମୁହଁରେ ଦେଉଛି ଚୁମା
ମାସ୍କରେ ତାକୁ ଘୋଡେଇ ରଖ ହେ
ଖୋଲିବ ନାହିଁଟି ଜମା!

ପୁଲିସି ବାବୁମାନେ ଫାଇନି କାଟିଲେ
ବୁଲିଲେ ବିନା ମାସ୍କରେ
ଜାଣିଲି ମୁଁ ଆଜି ଔଷଧକୁ ନୁହେଁ
ୟାଙ୍କୁ ହିଁ କରୋନା ଡରେ!

ବାହାଘର ପାଇଁ ଅନୁମତି ନେଇ
ପଚାଶ ଜାଗାରେ ପାଁଶ
ପ୍ରଶାସନକୁ ଫାଙ୍କି ଦେଇ ସବୁ
ଉଡେଇ ଦିଅନ୍ତି ହୋଶ !

ଯଦି କିଏ ଟିକେ ଧରାପଡିଗଲା
ସାଙ୍ଗ ସାଥି ଘୋସାଡ଼ିଲା
ମୁଁ ତ ଫସିଲି ଅନ୍ୟମାନଙ୍କୁ ବି
ଭାଗ ଦେବି ମୋର କିଳା !

ଆଉ ଲାଇନର ଅସୁବିଧା ନାହିଁ
ମଦ ବି ଘରେ ମିଳିବ
ମାଧିଆ ସାହୁର ଖୁସି କିଏ ଦେଖେ
ତାଲାବନ୍ଦରେ ବି ପିଇବ !

ଜଣେ ବିବାହିତ ବନ୍ଧୁକୁ ପୁଛିଲି
ତାଲାବନ୍ଦିରୁ ଶିଖିଲୁ କଣ
ଧଳା କପଡାକୁ ଅଲଗା କାଚିବୁ
ଚାହାରେ ପଡେନି ଲୁଣ !

ଔଷଧ ତ ନାହିଁ ନିଜେ ହିଁ କରିବା
ନିଜକୁ ହିଁ ନିୟନ୍ତ୍ରଣ;
ତାହେଲେ କୁହ ବନ୍ଧୁ ଜନେ ମୋର
ପ୍ରେମ ନୁହେଁ ଆଉ କ’ଣ ?

କହୁଛନ୍ତି କାଳେ କରୋନା ଯିବନି
ଆମ ସାଥୀ ହୋଇ ରହିବ
ରାଜତନ୍ତ୍ର ଗଣତନ୍ତ୍ର ପରେ କ’ଣ
ରୋଗତନ୍ତ୍ର କି ଚାଲିବ?

ଭୁବନେଶ୍ୱର

 

 

 

 

Comments are closed.