Latest Odisha News

ନଖର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ନେଲ୍ ଆର୍ଟ…

ଭୁବନେଶ୍ୱର : ନିଜ ଶରୀରର ସୌନ୍ଦର୍ଯ୍ୟ ପାଇଁ ସମସ୍ତେ ଆଗଭର ରହିଥାନ୍ତି । ଖାସକରି ମହିଳାମାନେ ନିଜ ଚେହେରା ପ୍ରତି ଅଧିକ ସଚେତନ ରହିଥାନ୍ତି, ସେଥିମଧ୍ୟରେ ନଖର ସୌନ୍ଦର୍ଯ୍ୟ ଅନ୍ୟତମ ।

ବର୍ତମାନ ନେଲପଲିସ୍ ବଦଳରେ ମହିଳା ତଥା ଯୁବତୀମାନେ ମାଧ୍ୟମରେ ନଖକୁ ଆକ୍ଟ୍ରାଟିଭ୍ କରିବା ପାଇଁ ନେଲ୍ ଆର୍ଟର ବ୍ୟବହାର କରୁଛନ୍ତି । ଆପଣ ଚାହିଁଲେ ନିଜ ଡ୍ରେସ୍ ଓ ଜୁଏଲାରୀ ସହ ମ୍ୟାଚିଙ୍ଗ୍ କରି ନଖଗୁଡିକୁ କଲର କରିପାରିବେ ।

ବିଭିନ୍ନ ପ୍ରକାରର ନେଲ୍ ଆର୍ଟ ଡିଜାଇନ୍ ପ୍ରୟୋଗ କରି ଆପଣ ହାତ ଓ ଗୋଡ ନଖ ଗୁଡିକୁ କିପରି ସୁନ୍ଦର ଓ ଆର୍କଷଣୀୟ କରିପାରିବେ ଜାଣନ୍ତୁ…

 

  • ନେଲ୍ଆର୍ଟ କରିବା ପୂର୍ବରୁ ପ୍ରଥମେ ନଖଗୁଡିକର ସଫା ଓ ଆକାର (ସେପ୍ ) ପ୍ରତି ଧ୍ୟାନ ଦେବା ଜରୁରି । ଏଥିପାଇଁ ନଖକୁ ଲେମ୍ବୁ ଓ ସୋଡା ମିଶ୍ରିତ ହାଲୁକା ଉଷୁମ ପାଣିରେ କିଛି ସମୟ ବୁଡାଇ ରଖନ୍ତୁ, ତା ପରେ କପଡାରେ ଭଲଭାବେ ପୋଛି ଦିଅନ୍ତୁ ।

  • ଫାଇଲ୍ ସାହାର୍ଯ୍ୟରେ ନଖଗୁଡିକୁ ମନଇଚ୍ଛା ଆକାର ଦିଅନ୍ତୁ,ଫଳରେ ନଖସବୁ ସୁନ୍ଦର ଓ ସାଇଜ୍ ଦେଖାଯିବ । ଆପଣ ଚାହିଁଲେ ନଖକୁ ଗୋଲ, ଅଣ୍ଡାକୃତି ଓ ସ୍କୋୟାର୍ ସେପ୍ ଦେଇପାରିବେ ।

  • ନଖରେ ନେଲ୍ ପ୍ରାଇମର୍ ଲଗାଇବା ପରେ ବେସ୍ କୋଟ୍ ଲଗାନ୍ତୁ , ଏପରି କରିବା ଦ୍ୱାରା ନଖ ସବୁ ସୁରକ୍ଷିତ ରହିବା ସହିତ ମଶିଆ ପଡିବ ନାହିଁ । କୋଟ୍ ଶୁଖିିଲା ପରେ ଏହା ଉପରେ ଆଉଥରେ ବେସ୍ କୋଟ୍ ହାଲୁକା ଭାବେ ଲଗାନ୍ତୁ । ଏହା ଶୁଖିଲା ପରେ ମ୍ୟାଚିଙ୍ଗ ନେଲ୍ କଲର ଦ୍ୱାରା ମନଇଚ୍ଛା ଡିଜାଇନ୍ ବନାନ୍ତୁ ।

 

  • ଆପଣ ଚାହିଁଲେ ଘରେ ସରୁ ବ୍ରସ୍ ମାଧ୍ୟମରେ ନଖରେ ଡିଜାଇନ ବନାଇପାରିବେ । ଆଜିକାଲି ବଜାରରେ ବିଭିନ୍ନ ଡିଜାଇନ୍ ତଥା ଷ୍ଟାଇଲିସ୍ ନେଲ୍ ଆର୍ଟ ମିଳିଯାଉଛି, ଏହାକୁ ମଧ୍ୟ ବ୍ୟବହାର କରିପାରିବେ ।
  • ବେଶୀ ଅଧିକ ସଜାଇବା ପାଇଁ ଚାହୁଁଥିଲେ ନଖରେ କଲରଫୁଲ୍ ଷ୍ଟୋନ୍, ଗ୍ଲିଟର୍ ଆଦିର ବ୍ୟବହାର କରିପାରିବେ ।

  • ଭଲଭାବେ ଡିଜାଇନ୍ କରିସାରିବା ପରେ ଶୁଖିବାକୁ ଛାଡି ଦିଅନ୍ତୁ, ଶୁଖିଗଲା ପରେ ପରିଶେଷରେ ଶାଇନ୍ର ଲଗାନ୍ତୁ । ଏପରି କରିବା ଦ୍ୱାରା ନଖରେ ନେଚୁରାଲ୍ ଚମକ ଦେଖାଯାଇଥାଏ ।
Leave A Reply

Your email address will not be published.