Latest Odisha News

ଟି୨୦ରେ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହେଲେ କ୍ରିସ ଗେଲ

ସେଂଟ ଲୁସିଆ:ୱେଷ୍ଟଇଣ୍ଡିଜର ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ଗେଲ ଟି୨୦ କ୍ରିକେଟରେ ୧୪ହଜାର ରନ ପୂର୍ଣ୍ଣ କରିଛନ୍ତି । ଖରାପ ଫର୍ମରେ ଥିବା ଗେଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ମୁକାବିଲାରେ ୩୩ ବଲରେ ଅର୍ଦ୍ଧଶତକ ହାସଲ କରିବା ସହ ଏହି କୀର୍ତିମାନର ଅଧିକାରୀ ହୋଇଥିଲେ ।

ସେ ୪୩୦ ଟି୨୦ ମ୍ୟାଚରେ ୨୨ ଶତକ, ୮୭ ଅର୍ଦ୍ଧଶତକ ସହ ୧୪ ହଜାର ୩୮ ରନ ସଂଗ୍ରହ କରିଛନ୍ତି । ୨୦୧୬ ପରେ ଏହା ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ଥିଲା । ଗେଲଙ୍କ ସର୍ବୋଚ ସ୍କୋର ୧୭୫ ରହିଛି । ଯାହାକି ସେ ୨୦୧୩ ଆଇପିଏଲରେ ପୁଣେ ୱାରିୟର୍ସ ବିପକ୍ଷରେ ମାରିଥିଲେ ।

Comments are closed.