Latest Odisha News

BREAKING NEWS

ବିବାହ ପୂର୍ବରୁ ଦୀପିକା-ରଣବୀର ଲଣ୍ଡନରେ କିଣିଲେ ବଙ୍ଗଳା !

ମୁମ୍ବାଇ : ଦୀପିକା-ରଣବୀରଙ୍କ ଲଭ୍ ଓ ରୋମାନ୍ସ ଏବେ ବିବାହରେ ପରିଣତ ହେବାକୁ ଯାଉଛି । ଏକଥା କାହାକୁ ଅଛପା ନୁହେଁ । ନଭେମ୍ବର ୧୦ ତାରିଖରେ ଉଭୟଙ୍କ ବିବାହ ତାରିଖ ପକ୍କା ହୋଇଛି । ବାହାଘର ବେଶ୍ ଧୁମଧାମରେ ହେବ ବୋଲି ବଲିଉଡ଼ରେ ଏବେ ଚର୍ଚ୍ଚା ।

କିନ୍ତୁ ଗୋଟିଏ ଶୁଣାକଥାକୁ ସ୍ୱୀକାର କରିଛନ୍ତି ଦୀପିକା ନିଜେ । ବିବାହ ଅନେକ ଦିନ ବାକି ରହିଥିଲେ ମଧ୍ୟ ଦୁହେଁ ଘର କିଣା କାମ ସାରିଦେଇଛନ୍ତି । ବଲିଉଡ଼ରେ ଏଇକଥା ଟିକେ ଟୁପୁରୁଟାପୁରୁ ହେଉଥିଲେ ମଧ୍ୟ ଦୁହେଁ ଲଣ୍ଡନରେ ଏକ ଘର କିଣିସାରିଛନ୍ତି । ଲଣ୍ଡନର ଏକ ଆଭିଜାତ୍ୟ ସମ୍ପନ୍ନ ଷ୍ଟ୍ରିଟରେ ଦୁହିଁଙ୍କ ଲାଗି ତାଙ୍କ ପରିବାର ଲୋକ ବଙ୍ଗଳା କ୍ରୟ କରିଥିବାର ଜଣାପଡ଼ିଛି ।

ବଲିଉଡ଼ରେ ଦୀର୍ଘ ଚାରି ବର୍ଷ ଧରି ଦୀପିକା ପାଦୁକୋନ୍ ଓ ରଣବୀର ସିଂହଙ୍କ ପ୍ରେମ ବେଶ୍ ଚର୍ଚ୍ଚାରେ ରହିଥିଲା । ତେବେ ଅନୁଷ୍କାଙ୍କ ପଦାଙ୍କ ଅନୁସରଣ କଲେ ଦୀପିକା । ବିବାହ ପରେ ମଧ୍ୟ ଦୁହିଁଙ୍କ ଫିଲ୍ମ କ୍ୟାରିୟର୍ ରେ ବିଶେଷ କିଛି ଫରକ ପଡ଼ିବନି ବୋଲି ଦୀପିକା କହିଛନ୍ତି ।

Leave A Reply

Your email address will not be published.