Latest Odisha News

BREAKING NEWS

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ ପଂହଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ସାରିଛି ବୋଲି ଆଇଓଏ ପକ୍ଷରୁ କୁହାଯାଇଛି ।

ସାଇ ଅଧିକାରୀମାନେ ଫାଙ୍କଫର୍ଟରେ ଥିବା ଭାରତୀୟ କନସୁଲେଟ ବିମାନ ବନ୍ଦରରେ ପଂହଚି ସମସ୍ୟାର ସମାଧାନ କରିଛନ୍ତି । ଭିନେଶ ବୁଧବାର ଟୋକିଓରେ ପଂହଚି ଯିବେ । ସୂଚନାଯୋଗ୍ୟ, ଭିନେଶ କୋଚ ସହ ହଙ୍ଗେରୀରେ ଅଭ୍ୟାସ କରୁଥିଲେ ।

Leave A Reply

Your email address will not be published.