ମନୋଜ ରଥ
ଗତ କାଲି ରୁନ୍ଧି ହେଇ ପଡ଼ୁଥିଲା ରାତି
ପବନର ନଥିଲା ସୋର ଶବ୍ଦ
ତାଳହୀନ ବୃକ୍ଷ ଡାଳ , ସନ୍ତପ୍ତ ବନସ୍ପତି
ବିଶ୍ୱାସ ଦେହରୁ ଶୁଖି ଆସୁଥିଲା ରକ୍ତ
ଅଠା ଅଠା ହୋଇ ଯାଉଥିଲା ମାଟିର ତଣ୍ଟି
ରାତିର ଆଖିରେ ନଥିଲା ନିଦ
ଗୁମ ସୁମ ମେଘ , ଆକାଶ ଅଣ ନିଃଶ୍ଵାସୀ
ଯକ୍ଷ ଭୁଲି ଆସୁଥିଲା ଗୀତର ପଦ।
ନିଃସଙ୍ଗ ନକ୍ଷତ୍ର ଆଖିରୁ ଖସିଗଲା ବୈଶାଖୀ
ଆସନ୍ନ ବର୍ଷାର ଘଟିଥିଲା ଗର୍ଭପାତ
ବନ୍ଧ୍ୟା ଆଖିର ସ୍ୱପ୍ନ , ପକ୍ଷହୀନ ପକ୍ଷୀ
ସଙ୍ଘାତରେ ଦୁଃଖ ଢ଼ୋକୁଥିଲା ଅମୃତ ।
Comments are closed.