Latest Odisha News

ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ : କୋଭାକ୍ସିନକୁ ନେଇ ପୁଣି ଖୁସି ଖବର । ଆମେରିକାରେ ୨ରୁ ୧୮ବର୍ଷରୁ କମ୍ ବୟସର ପିଲାଙ୍କୁ କୋଭାକ୍ସିନ ଦେବା ନେଇ ଖୁବଶୀଘ୍ର ଆସିପାରେ ନିଷ୍ପତ୍ତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ସକାଶେ ଆମେରିକା ଔଷଧ ଓ ଖାଦ୍ୟ ପ୍ରଶାସନ ବା ଏଫଡିଏ ନିକଟରେ ଆବେଦନ କରିଛି ଭାରତ ବାୟୋଟେକର ଆମେରିକା ସହଭାଗୀ ସଂସ୍ଥା ଅକ୍ୟୁଜେନ ।

ଭାରତ ବାୟୋଟେକ୍ ପକ୍ଷରୁ ଡାକ୍ତର ରାସେଲ ଇଲା କହିଛନ୍ତି, ଆମେରିକାର ଏଫଡିଏ ନିକଟରେ ଭାରତ ବାୟୋଟେକ୍ ପକ୍ଷରୁ ଏହି ଆବେଦନ କରାଯାଇଛି । ଯଦି ଏହାକୁ ଅନୁମତି ମିଳେ, ତେବେ ଆମେରିକାରେ ପିଲାଙ୍କୁ ସଞ୍ଜୀବନୀ ଦେବା ପ୍ରକ୍ରିୟା ଆରମ୍ଭ ହେବ । ଆମେରିକା ବାହାରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ କୋଭାକ୍ସିନର ଟ୍ରାଏଲ କରାଯାଇଥିବା ଦୃଷ୍ଟିରୁ ଏହାକୁ ଅନୁମତି ଦେବା ଲାଗି ଆବେଦନ କରାଯାଇଛି ।

Leave A Reply

Your email address will not be published.