Latest Odisha News

କୁବେର ଇଞ୍ଜିନିୟରଙ୍କ ଫିଲ୍ମ ନିଶା

ଭୁବନେଶ୍ବର: କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ ।

ଓଡିଶା ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ପ୍ରତାପକୁ ଗିରଫ କରି ଜେଲ ପଠାଇଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ ।

ଓଡିଶା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା । ସରକାରୀ ହିସାବରେ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪  ଟଙ୍କାର ସମ୍ପତ୍ତି ରହିଛି । ଯାହା ତାଙ୍କ  ଆୟଠାରୁ ୧୦୨୧% ଅଧିକା ।

ତେବେ ତାଙ୍କ ସମ୍ପତ୍ତି ମଧ୍ୟରେ ଭୁବନେଶ୍ବର ଜୟଦେବ ବିହାରରେ ୬ ତାଲା  କୋଠା, ରାଜଧାନୀ ଉପକଣ୍ଠ ଗୋଠପାଟଣାରେ  ୫ ତାଲା କୋଠା, ଯାହାର ମୂଲ୍ୟ ୩ କୋଟି ୮୯ଲକ୍ଷ ୬୦ହଜାର ଟଙ୍କା ହେବ ।  ଆଇଆରସି ଭିଲେଜର ଏନ୍‌-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି ।

ସେହିପରି ବାସୁଦେବପୁରର ସିନେମା ହଲ ରୋଡ଼ ବାଲି କଲୋନୀରେ ଚାରିତାଲା ବିଶିଷ୍ଟ  ଆପାର୍ଟମେଂଟ ରହିଛି । ଏସବୁ ବାଦ ମୋଟ ୨୫ଟି ପ୍ଲଟର ଠାବ କରାଯାଇଛି ।

୨୫ ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ଼୍ୟୁଟି ମିଶାଇଲେ ମୂଲ୍ୟ ୩କୋଟି ୪୧ଲକ୍ଷ ୫୮ହଜାର ୪୧୨ଟଙ୍କା ହେବ।  ବ୍ୟାଙ୍କ ଆକାଉଣ୍ଟରେ ମୋଟ୍ ୧କୋଟି ୬୧ଲକ୍ଷ ୩୫ହଜାର ୮୧୨ଟଙ୍କା ରହିଛି । ବୀମା ରହିଛି ୫୭ ଲକ୍ଷ ୭୨ହଜାର ୧୫୦ଟଙ୍କା । ଏସବୁ କିଛିକୁ ଫ୍ରିଜ କରାଯାଇଛି ।

Comments are closed.