Latest Odisha News

BREAKING NEWS

ଓଡିଶାରେ ରାଜନାଥ, ଦଳୀୟ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

ଭୁବନେଶ୍ୱର : ଓଡିଶାରେ ଏପ୍ରିଲ୍ ୨୯ ତାରିଖରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଗୁରୁବାର ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ।

ଗସ୍ତସୂଚୀ ଅନୁଯାୟୀ ସେ ସକାଳ ସାଢେ ୧୦ ସମୟରେ ଯାଜପୁର ଜିଲ୍ଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିବା ସହ ଗୋବିନ୍ଦବାଟିରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ।

ଆହୁରି ମଧ୍ୟ ସେ ପ୍ରାୟ ୧୧ଟା ୪୫ମି. ବେଳକୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ପରେ ପାଖାପଖି ୧ଟା ୩୦ମି. ସମୟରେ ପୁରୀ ଜିଲ୍ଲା ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ୍ ସ୍ଥିତ ନିଗମାନନ୍ଦ ହାଇସ୍କୁଲ ପଡିଆରେ ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.