Latest Odisha News

BREAKING NEWS

୧୮ ବର୍ଷ ପରେ ଅଲଗା ହେବେ ଧନୁଷ-ଐଶ୍ଚର୍ଯ୍ୟା

ଚେନ୍ନାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଯୋଡି ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତ ଝିଅ ଐଶ୍ଚର୍ଯ୍ୟା ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଧନୁଷ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ଏକତ୍ର ରହିଲୁ ଏବେ ରାସ୍ତା ଭିନ୍ନ ହୋଇ ଯାଉଥିବାରୁ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛୁ । ଆପଣମାନେ ଆମର ଏହି ବ୍ୟକ୍ତିଗତ ନିଷ୍ପତିକୁ ଆମ ଉପରେ ଛାଡି ଦିଅନ୍ତୁ । ଏହା କେବଳ ଆମେ ସମାଧାନ କରିପାରିବୁ ।

ଧନୁଷ ଏବଂ ଐଶ୍ଚର୍ଯ୍ୟାଙ୍କ ପ୍ରେମ ସେ ସମୟରେ ଏକ ଆଲୋଚ୍ୟ ବିଷୟ ଥିଲା । ଉଭୟଙ୍କ କେମେଷ୍ଟ୍ରିକୁ ସମସ୍ତେ ପସନ୍ଦ କରିଥାନ୍ତି । କିଛି ଦିନ ତଳୁ ଉଭୟ ଅଲଗା ହେବା ନେଇ ଗୁଜବ ଉଠୁଥିଲା । ଏହା ପୂର୍ବରୁ ସାମନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା ।

Comments are closed.