Latest Odisha News

BREAKING NEWS

[ଭିଡ଼ିଓ] କୋଟିଲିଙ୍ଗେଶ୍ୱର ମନ୍ଦିରରେ କୋଟିଏ ଶିବ ଲିଙ୍ଗ

କର୍ଣ୍ଣାଟକ: ମନ୍ଦିରରେ ଗୋଟିଏ କି ଦୁଇଟି ନୁହେଁ କୋଟିଏ ଶିବଲିଙ୍ଗ । ଏହି ମହାଦେବଙ୍କ ମନ୍ଦିରରେ ପୂଜା ପାଉଛନ୍ତି ୧ କୋଟି ଶିବଲିଙ୍ଗ ।କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଉଛି । କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି କୋଟିଲେଶ୍ବର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ ।କେବଳ ସେତିକି ନୁହେଁ ଅଭିଶାପରୁ ମୁକ୍ତି ପାଇବା ଲାଗି ଇନ୍ଦ୍ର ଦେବ ଏଠାରେ ସ୍ଥାପିତ ହୋଇଥିବା ଶିବଲିଙ୍ଗର ଅଭିଷେକ ୧୦ ଲକ୍ଷ ନଦୀର ପାଣିରେ କରିଥିଲେ ।

ଏହି ମନ୍ଦିରରେ ଶିବଲିଙ୍ଗର ଉଚ୍ଚତା ୧୦୮ ଫୁଟ୍‌ । ଏଥିପାଇଁ ଏହାକୁ ସବୁଠୁ ଉଚ୍ଚ ଶିବଲିଙ୍ଗ ଭାବେ ଗ୍ରହଣ କରାଯାଏ । ମନ୍ଦିରର ଚତୁଃପାର୍ଶ୍ବରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପିତ କରାଯାଇଛି। ଏଥିସହିତ ଦେବୀ ମା’, ଶ୍ରୀ ଗଣେଶ ଏବଂ ଶ୍ରୀ କୁମାରସ୍ବାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀ ଭଗବାନଙ୍କ ମୂର୍ତ୍ତି ରହିଛି ।ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକେ ନିଜ ମାନସିକ ପୂରଣ ହେଲା ପରେ ଏଠାରେ ଶିବଲିଙ୍ଗ ସ୍ଥାପନା କରିବାରେ ଲାଗିଛନ୍ତି । ଏହାର କାରଣ ହେଉଛି ଯେ ଏଠାକୁ ଆସୁଥିବା ଭକ୍ତମାନେ ସେମାନଙ୍କର କୌଣସି ଇଚ୍ଛା ମାଗନ୍ତି ଏବଂ ଯେତେବେଳେ ସେମାନଙ୍କର ବିଶ୍ୱାସ କିମ୍ବା ଇଚ୍ଛା ପୂରଣ ହୁଏ, ସେତେବେଳେ ସେମାନେ ନିଜ ନାମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି।କୋଟିଲିଙ୍ଗେଶ୍ୱର ଧାମ ମନ୍ଦିର ପରିସରେ ଥିବା ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି ।

Comments are closed.