Latest Odisha News

BREAKING NEWS

୨୪ ବର୍ଷ ପରେ ପାକିସ୍ତାନ ମାଟିରେ ସିରିଜ ଜିତିଲା ଅଷ୍ଟ୍ରେଲିଆ

ଲାହୋର: ୨୪ ବର୍ଷ ପରେ ପାକିସ୍ତାନ ମାଟିରେ ପାକିସ୍ତାନକୁ ହରାଇ ନୂତନ କୀର୍ତିମାନ ସ୍ଥାପନ କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଏଠାରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆ ୧୧୫ ରନରେ ବିଜୟ ହାସଲ କରିବା ସହ ସିରିଜ ଜିତି ନେଇଥିଲା । ୧୯୯୮-୯୯ରେ ପାକିସ୍ତାନରେ ଅଷ୍ଟ୍ରେଲିଆ ୧-୦ରେ ସିରିଜ ଜିତିଥିଲା । ଆଇସିସି ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକା ଓ ଭାରତ ରହିଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୯୧ ରନ କରିଥିଲା । ଜବାବରେ ପାକିସ୍ତାନ ୨୬୮ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩ ୱିକେଟ ବିନିମୟରେ ୨୨୭ ରନ କରି ଇନିଂସ ଘୋଷଣା କରିଥିଲା । ପାକିସ୍ତାନ ୩୫୧ ରନର ଟାର୍ଗେଟକୁ ପିଛା କରି ୨୩୫ ରନରେ ଅଲଆଉଟ ହୋଇ ଯାଇଥିଲା । ନାଥାନ ଲାୟନ ଭ୍ରମଣକାରୀ ଦଳ ପକ୍ଷରୁ ମ୍ୟାଚ ବିଜୟୀ ୫ ୱିକେଟ ସଫଳତା ହାସଲ କରିଥିଲେ ।

Comments are closed.