Latest Odisha News

BREAKING NEWS

ଜୁନିୟର ମହିଳା ହକି ବିଶ୍ୱକପ : କୋରିଆକୁ ହରାଇ ସେମିରେ ଭାରତ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର ପୋର୍ଚେଫୁଷ୍ଟ୍ରୁମରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପରେ ଭାରତ ଦକ୍ଷିଣ କୋରିଆକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତ ବିପକ୍ଷ ଦଳକୁ ଚାପରେ ପକାଇଥିଲା । ବିଜୟୀ ଦଳ ପକ୍ଷରୁ ମମତାଜ ଖାଁ (୧୧ତମ), ଲାଲରିଡେଂକି (୧୫ତମ) ଓ ସଙ୍ଗୀତା କୁମାରୀ ୪୧ତମ ମିନିଟରେ ଗୋଲ ସ୍କୋର କରିଥିଲେ ।

କୋରିଆକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ଭାରତୀୟ ଖେଳାଳିମାନେ କୌଣସି ସୁଯୋଗ ଦେଇ ନ ଥିଲେ । ଦ୍ୱିତୀୟ ଥର ପାଇଁ ଭାରତ ଏହି ମେଗା ଇଭେଂଟର ସେମିରେ ପ୍ରବେଶ କରିଛି । ରବିବାର ନେଦରଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ଭାରତ ଭେଟିବ । ୨୦୧୩ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଥିଲା ।

Leave A Reply

Your email address will not be published.