Latest Odisha News

BREAKING NEWS

ବିଶ୍ୱକପ କ୍ରିକେଟ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ

କାର୍ଡ଼ିଫ: ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ଦଳ ।

ନ୍ୟୁଜିଲାଣ୍ଡ କ୍ୟାପଟେନ ୱିଲିୟମସନ ଟସରେ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡର ଶକ୍ତିଶାଳୀ ପେସ୍ ଆକ୍ରମଣରେ ଦଳର ବ୍ୟାଟ୍ସମ୍ୟାନ ଧରାଶାୟୀ ହୋଇପଡ଼ିଥିଲେ । ଶ୍ରୀଲଙ୍କା ଦଳ ୨୯.୨ ଓଭରରେ ମାତ୍ର ୧୩୬ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଅଧିନାୟକ କରୁଣାରତ୍ନେ କେବଳ ୫୨ ରନର ଅର୍ଦ୍ଧଶତକ ହାସଲ କରିବା ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଅସଫଳ ହୋଇଥିଲେ ।

ନ୍ୟୁଜିଲାଣ୍ଡ ବୋଲର୍ ହେନେରୀ ଓ ଫର୍ଗୁସନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିପାରିଥିଲେ । ଅନ୍ୟ ସମସ୍ତ କିୱି ବୋଲର୍ ଗୋଟିଏ ଲେଖାଏଁ ୱିକେଟ ହାସଲ କରିପାରିଛନ୍ତି ।

ନ୍ୟୁଜିଲାଣ୍ଡ ଦଳ ୧୩୭ ରନର ବିଜୟ ଲକ୍ଷ କୌଣସି ୱିକେଟ ନ’ହରାଇ ହାସଲ କରିପାରିଥିଲା । ଦୁଇ ଓପନର ଆକର୍ଷଣୀୟ ବ୍ୟାଟିଂ କରିବା ସହିତ ଦଳର ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ଗୁପ୍ତିଲ୍ ୭୩ ଓ ମୁନରୋ ୫୮ ରନ କରିଛନ୍ତି ।

କିିୱି ଖେଳାଳି ମ୍ୟାଟ୍ ହେନେରୀ ପ୍ଲେୟାର୍ ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।

ଆଜି ବିଶ୍ୱକପର ଅନ୍ୟ ଏକ ମ୍ୟାଚ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ଏବଂ ଆଫଗାନିସ୍ଥାନ ମଧ୍ୟରେ ଅନୁଷ୍ଠିତ ହେଉଛି । ଆଫଗାନିସ୍ଥାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ କରିଛି ୧୭୩ ରନ ।

Leave A Reply

Your email address will not be published.