ସୋନପୁର: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ପାଇଁ ଅନେକ ଧନ ଜୀବନ ନଷ୍ଟ ହୋଇଛି । ମଣିଷ ହୁଅନ୍ତୁ କି ପଶୁ ମୁଣ୍ଡ ଗୁଞ୍ଜିବା ପାଇଁ ଅନେକ ଅସୁବିଧାରେ ପଡୁଛନ୍ତି । ସୋନପୁର ଜିଲ୍ଲାର ଖମ୍ବେଶ୍ବରୀପାଲି ଗାଁର ଗରିବ ଲୋକ ମାନେ ବନ୍ୟାରେ ଧନ ଜୀବନ ନଷ୍ଟ ହେବା ପରେ ପାଲ ଖଣ୍ଡିଏ ପାଇଁ ତହସିଲ ଅଫିସ ଆସିଥିଲେ । ଗାଁର ଗରିବ ଲୋକଙ୍କ ସାଙ୍ଗରେ ଥିଲେ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁ । ସେହି ପାଲ ଖଣ୍ଡିଏ ପାଇଁ ଆଜି ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଞ୍ଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ତେବେ ଗରିବ ଲୋକ ତହସିଲ ଅଫିସକୁ ଆସି ଜରି ପାଲ ଖଣ୍ଡେ ନପାଇ ଫେରୁଛନ୍ତି । ଖମ୍ବେଶ୍ବରୀପାଲି ଗାଁରୁ କିଛି ଲୋକ ତହସିଲ ଅଫିସକୁ ଆସି ଥିବାବେଳେ ଜରି ପାଲ ପାଇ ନଥିଲେ । ଏନେଇ ବିରମହାରାଜପୁର ୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଲବ ସାହୁଙ୍କୁ ( କଂଗ୍ରେସ ଦଳର) ସେମାନେ ଜଣାଇଥିଲେ । ତେବେ ଲବ ସାହୁ ତହସିଲ ଅଫିସକୁ ଯାଇ ଜରି ପାଲ ଖଣ୍ଡିଏ ଲେଖାଏଁ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନେହୁରା ହୋଇଥିଲେ । ଏମିତିକି ସେ ଓ ତାଙ୍କ ସାଙ୍ଗରେ ଥିବା ସହଯୋଗୀ ମାନେ ତହସିଲଦାରଙ୍କ ଗୋଡ ତଳେ ପଡିଯାଇଥିବା ଦେଖିବାକୁ ମିଳିଛି । କେବଳ ତହସିଲଦାର ନୁହେଁ ଅତିରିକ୍ତ ତହସିଲଦାରଙ୍କ ଗୋଡ ଧରି ସେମାନେ ଜରି ପାଲ ଖଣ୍ଡିଏ ଯୋଗାଇ ଦେବାକୁ ଗୁହାରୀ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.