Latest Odisha News

ବାରିମୂଳ ଆଶ୍ରମକୁ କବ୍‌ଜା‌ କଲେ ସାରଥି ଭକ୍ତ‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳର‌ ବହୁଚର୍ଚ୍ଚିତ ସାମଥି ଆଶ୍ରାମକୁ ତାଙ୍କ ଭକ୍ତ‌ ଅନୁଗତ‌ ସମର୍ଥକମାନେ  ଜୋର ଜବରଦସ୍ତ କବଜା କରି ନେଇଛନ୍ତି । ଭକ୍ତ‌ ଅନୁଗତମାନେ‌ ଆଶ୍ରାମରେ‌ ପଶି‌ ଆତ୍ମଘୋଷିତ ସାରଥି ବାବା ଓ‌ରଫ‌ ସନ୍ତୋଷ ରାଉଳଙ୍କ‌ ଫଟୋକୁ ଅସ୍ଥାନରେ‌ ରଖି‌ ପୂଜାର୍ଚ୍ଚନା କରିଛନ୍ତି  । ଫୁଲ ଧୂପ ଦେଇ ବନ୍ଦନା ଗାଇ ଜୟ ଧ୍ୱନି ପକାଇଛନ୍ତି । ଭୋଗ ଅର୍ପଣ କରି‌ ସମର୍ଥକଙ୍କ‌ ମଧ୍ୟରେ ବାଣ୍ଟି‌ ଖାଇଛନ୍ତି  । ଜନ୍ମାଷ୍ଟମୀ ଓ‌ ନନ୍ଦୋତ୍ସବ ଅବସରରେ ସେମାନେ ଆଶ୍ରମରେ ହୋମ‌ ବି‌ କରିଛନ୍ତି । ‌ ଅଥଚ‌ ଅଦାଲତଙ୍କ‌ ପକ୍ଷରୁ ଆଶ୍ରମରେ ପୂଜାର୍ଚ୍ଚନା କୁ‌ ବାରଣ‌ କରାଯାଇଛି  । ଏଥିସହ‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି‌ ଆଶ୍ରମ ସମ୍ପତ୍ତିକୁ ଦଖଲକୁ ନେଲେ ସାରିଥିବାରୁ ସାଧାରଣ ଲୋକଙ୍କ ପାଇଁ ଆଶ୍ରମ ଭିତରକୁ ପ୍ରବେଶ ଅନୁମତି ବି‌ ନାହିଁ  । ଏହା ସତ୍ତ୍ୱେ ଆଶ୍ରମ ଭିତରକୁ ୪୦ରୁ‌ ୫୦ ଜଣ‌ ସାରଥି ଭକ୍ତ‌ ଓ‌ ସମର୍ଥକ ‌ କେମିତି ପ୍ରବେଶ କଲେ? ସେଠି‌ ସାରଥିଙ୍କ‌ ଫଟୋ ରଖି ‌ କେମିତି ପୂଜା କଲେ? ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏନେଇ ସ୍ଥାନୀୟ ଲୋକ ପ୍ରଶାସନ ଉପରେ ଦୋଷ ଲଦି ପୁଲିସ୍ ଓ‌ ପ୍ରଶାସନିକଙ୍କୁ‌ ସମାଲୋଚନା କରିଛନ୍ତି  । ଏହି ଘଟଣାକୁ ନେଇ ‌ ଗାଁ ‌ ସମେତ ସମଗ୍ର‌ ଅଞ୍ଚଳରେ ଚାପା‌ ଉତ୍ତେଜନା ପ୍ରକାଶ ପାଇଛି  ।

Comments are closed.