Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି।

ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ। ଭୟରେ ସେମାନେ ପଦାକୁ ଆସିଯାଇ ଥିଲେ। ଅଧିକ୍ଷକ ଡଃ ସନ୍ତୋଷ କୁମାର ମିଶ୍ର ଏନେଇ ବ୍ରହ୍ମପୁର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ।

ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ଲେଖା ହେବା ବେଳକୁ ୱାର୍ଡ଼ ରେ ଉତେଜନା ଲାଗି ରହିଛି। ରୋଗୀମାନେ ୱାର୍ଡ ବାହାରେ ଅଛନ୍ତି। ତେବେ କଣ କଣ କ୍ଷତି ଘଟିଛି, ତାହା ଆକଳନ ଚାଲିଛି।

Comments are closed.