ନୁଆଦିଲ୍ଲୀ: ବିରୋଧୀଙ୍କୁ ଏକଜୁଟ କରିବାକୁ ବିହାରରୁ ଦିଲ୍ଲୀ ଯାତ୍ରା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ସରକାର ଗଠନ ପରେ ପ୍ରଥମ ଥର ପାଇଁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ନୀତିଶ କୁମାର । 2024 ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଦଳଗତ ରଣନୀତି ନେଇ ମୋଦିଙ୍କ ବିରୋଧରେ କିପରି ନିର୍ବାଚନ ଲଢ଼ାଯିବ ତାହା ଉପରେ ଦୁଇ ବରିଷ୍ଠ ନେତା ଆଲୋଚନା କରିଛନ୍ତି ।
Bihar CM Nitish Kumar expressed gratitude to Congress MP Rahul Gandhi, for Cong's support to the Bihar govt. Strategy for the 2024 polls discussed; concrete discussions to continue. Both leaders discussed the possibility of bringing like-minded parties together: Congress Sources https://t.co/N4R3FVqB1I
— ANI (@ANI) September 5, 2022
ରାହୁଲଙ୍କୁ ଭେଟିବା ପରେ ନୀତିଶ ପ୍ରଶଂସା କରିଛନ୍ତି ରାହୁଲଙ୍କୁ । ବିହାରରେ ସରକାର ଗଠନକୁ ନେଇ କଂଗ୍ରେସ ସମର୍ଥନ ଦେଇଥିବାରୁ ସେ ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅପେକ୍ଷାରତ ସାମ୍ବାଦିକଙ୍କୁ କିଛି କହିବାକୁ ଉଚିତ ମନେ କରିନଥିଲେ ମଧ୍ୟ ପରେ ଏହା ହିଁ ଆଲୋଚନା ହୋଇଥିବା ଜଣାପଡିଛି ।
Bihar CM Nitish Kumar met Congress MP Rahul Gandhi, in Delhi pic.twitter.com/y6Sw4yLqXx
— ANI (@ANI) September 5, 2022
କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ ପରେ ରାହୁଲ ଗାନ୍ଧିଙ୍କ ସହ ଭେଟିବାକୁ ନେଇ ଜାତୀୟ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବିବେଚନା କରୁଥିବା ବେଳେ 2024ରେ କିନ୍ତୁ ନୀତିଶଙ୍କୁ କଂଗ୍ରେସ ସମର୍ଥନ କରି ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ପରାମର୍ଶ ଦେଇଥିବା ଚର୍ଚା ହେଉଛି ।
ବିହାରରୁ ଏହି ମେଂଟ ଆରମ୍ଭ ହୋଇଥିବା ବେଳେ ଏବେ ଦିଲ୍ଲୀରେ ଏହାର ରଣନୀତି କିପରି ହେବ ତାକୁ ନେଇ ବିଶେଷ ଆଲୋଚନା ଚାଲିଛି । ନୀତିଶଙ୍କ ତିନି ଦିନିଆ ଦିଲ୍ଲୀ ଗସ୍ତର ଏହା ହିଁ ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଦିଲ୍ଲୀରେ ପହଞ୍ଚୁ ପହଞ୍ଚୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଏବେ ରାଜନୀତି ସରଗରମ ହୋଇଛି । ଜାତୀୟ ରାଜନୀତିରେ ମମତାଙ୍କ ପରେ ଏବେ ନୀତିଶ ବିରୋଧୀଙ୍କୁ କେତେ ଏକଜୁଟ କରୁଛନ୍ତି ତାହା ସମୟ କହିବ ।
Comments are closed.