Latest Odisha News

BREAKING NEWS

ଦିଲ୍ଲୀ ଗୋଷ୍ଠୀ ସଂଘର୍ଷ ଘଟଣା: ଓଡିଆ ଆଇପିଏସ୍ ଅଧିକାରୀଙ୍କୁ ଅମିତ ଶାହଙ୍କ ସମନ୍

ନୂଆଦିଲ୍ଲୀ : ଗତ ଜୁନ୍ ୩୦ ତାରିଖରେ ଦିଲ୍ଲୀର ହଜ କାଉଜ ଅଞ୍ଚଳରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଆ ଆଇପିଏସ୍ ଅଫିସର ତଥା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଭତ୍ସନା କରିଛନ୍ତି ।

ଏଥିସହିତ କେନ୍ଦ୍ରମନ୍ତ୍ରୀ ପାର୍ଲିଆମେଣ୍ଟରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସମନ କରିଥିବା ନେଇ ଏକ ରିପୋର୍ଟରୁ ପ୍ରକାଶ ।

ସୂଚନାଯୋଗ୍ୟ, ଏହି ଘଟଣା ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳ ନିକଟସ୍ଥ ଏକ ମନ୍ଦିର ଆଗରେ ଗାଡି ପାର୍କିଂକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା । ପରେପରେ ଏହି ଯୁକ୍ତି ତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।

ସେହିପରି ବୁଧବାର ଦିନ ମଧ୍ୟ ବରିଷ୍ଠ ଆଇନଜୀବି ଅଲେଖ ଆଲୋକ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଏହି ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା କରାଯିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.