Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୨୭-୦୭-୨୦୧୯ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୨୭ ରିଖ ଶନିବାର କର୍କଟ ୧୧ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଦଶମୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ବୃଷ ସିଂହ କନ୍ୟା ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜି: କଳମ୍ବୀ ଶାଗ ଖାଇବା ନିଷେଧ

ମେଷ : ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭବାନ ମିଳିବ ନାହିଁ ।

ବୃଷ : ଅର୍ଥ ପ୍ରାପ୍ତି ହେବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ସ୍ଵାଦିଷ୍ଟ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଚେଷ୍ଟା କରୁଥିବା ଦିଗରୁ ସଫଳତା ମିଳିବ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।

ମିଥୁନ : ଯଗି ରଖି ଚଳନ୍ତୁ,ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ଶତୃମାନେ ଚକ୍ରାନ୍ତ କରିବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ସନ୍ତାନମାନେ ଉତ୍ସୃଖଳିତ ହେବେ ।ବହୁଦିନର ଆଶା ଆଶାରେ ରହିଯିବ।

କର୍କଟ : ମନ ପ୍ରଫୁଲ୍ଲ ରହିବ ।ପ୍ରତ୍ୟେକ ଦିଗରୁ ସଫଳତା ମିଳିବ ।ନିର୍ମାଣ ଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବ।ବ୍ୟବସାୟରେ ଆୟ ବୃଦ୍ଧି ଘଟିବ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।ଗୃହକୁ ଅପରାହ୍ନରେ ବନ୍ଧୁ ଆଗମନ ହେବେ ।ଶତୃମାନେ ପରାଜିତ ହେବେ ।

ସିଂହ : ପାରିବାରିକ ଶାନ୍ତି ମିଳିବ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ମନ ମୁତାବକ କାର‌୍ୟ୍ୟ କରିବାକୁ ସୁଯୋଗ ମିଳିବ ।ବ୍ୟବସାୟ ବାଣିଜ୍ୟ ଓ ପରିବହନ ଦିଗରୁ ଲାଭବାନ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ ।

କନ୍ୟା : ଆଜି ଯଗି ରଖି ଚଳନ୍ତୁ,ଶାରୀରିକ ପୀଡା ଅନୁଭବ କରିବେ ।କାର‌୍ୟ୍ୟ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟ ଆପଣଙ୍କୁ ବିଚଳିତ କରାଇବ ।

ତୁଳା : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ।ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବେ ।ପରିବାରରେ ମତପାର୍ଥକ୍ୟ ଦେଖା ଦେଇପାରେ ।ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ।ମହିଳାମାନେ ସମାଲୋଚିତ ହେବେ ।

ବିଛା : ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ । ଉତ୍ତମ ଭୋଜନ ମିଳିବ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ । ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ଶୁଭଫଳ ମିଳିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବ ।

ଧନୁ : ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଯାତ୍ରାରେ ସଫଳତା ମିଳିବ ।ବସ୍ତ୍ର ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ମାଲିମକଦମାରେ ବିଜୟୀ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।

ମକର : ହଠାତ୍ ଦେହ ମନ ଅସୁସ୍ଥ ହୋଇପାରେ ।ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।

କୁମ୍ଭ : ଶତୃମାନେ ପରାଜୟ ହେବେ । ବ୍ୟବସାୟୀମାନେ ଲାଭବାନ ହେବେ ।ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ ।

ମୀନ : ମନ ପ୍ରଫୁଲ୍ଲ ଓ ଶରୀର ସୁସ୍ଥ ରହିବ ।ବକେୟା ଅର୍ଥ ହସ୍ତଗତ ହେବ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ସାହିତ୍ୟ କଳା ଓ ସାସ୍କୃତିକ କାର‌୍ୟ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ ।

Leave A Reply

Your email address will not be published.