Latest Odisha News

BREAKING NEWS

ଓଡ଼ିଶାର ଗର୍ବ ରିଷିତା: ୧୨ ବର୍ଷରେ ଘୋଡା ଚଢି ପଦକ ହାତେଇଲେ

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଗର୍ବ ଆଣିଲେ ରିଷିତା । ୧୨ ବର୍ଷରେ ଘୋଡ଼ା ଚଢି କମାଲ ଦେଖାଇଲେ । ସାରା ଦେଶରେ ନିଜର ଚମକ ଖେଳାଇ ଦେଲେ ।  ଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ ହର୍ସ ରାଇଡିଂ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଖେଳି ବ୍ରୋଞ୍ଚ ପଦକ ପାଇଛନ୍ତି ରିଶିତା । ୧୦୦ ଜଣ ପ୍ରତିଯୋଗୀଙ୍କ ଭିତରେ ଏହି ୧୨ ବର୍ଷର ଝିଅ ଯେଉଁ କମାଲ ଦେଖାଇଛନ୍ତି ତାହା ଓଡ଼ିଶାର ଗର୍ବ ଓ ଗୌରବ ନିଶ୍ଚୟ ।

କଲୋନେଲ ଆଶିଷ ସାମନ୍ତରାୟ ଏବଂ ରୋହିଣୀ ସିଂଦେଓଙ୍କ ଝିଅ ରିଶିତା  ।  ପିଲାବେଳୁ ରିଶିତାଙ୍କର ଘୋଡା ଚଢିବା ପ୍ରତି ଦୁର୍ବଳତା ଥିଲା । ତାଙ୍କର ବାପା  ଜଣେ ଆର୍ମି ଅଫିସର ।  ସେ ମଧ୍ୟ ଜଣେ ଭଲ ରାଇଡର ଏବଂ ପୋଲୋ ଖେଳାଳି । ବାପାଙ୍କ ପ୍ରତିଭାରେ  ଅନୁପ୍ରାଣିତ ହୋଇ ରିଶିତା ହର୍ଷ ରାଇଡିଂ ପ୍ରତି ଆକର୍ଷିତ ହୋଇଥିଲେ । ହର୍ଷ ରାଇଡିଂ ଶିଖାଇବାରେ ବାପା ହିଁ ତାଙ୍କର ପ୍ରଥମ ଗୁରୁ ।

୧୦ ବର୍ଷ ବୟସରୁ ରିଶିତା ତାଙ୍କର କ୍ୟାରିୟର ଆରମ୍ଭ କରିଛନ୍ତି । ନିଜର ଦକ୍ଷତାକୁ ଆହୁରି ବୃଦ୍ଧି କରିବା ପାଇଁ ସେ ନାସିକ, ଜୟପୁର ଏବଂ ଦିଲ୍ଲୀରେ  ବିଭିନ୍ନ ଟ୍ରେନିଂ କ୍ୟାମ୍ପରେ ମଧ୍ୟ ଯୋଗ ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖରେ ଦିଲ୍ଲୀର ଆର୍ମି ପୋଲୋ ଆଣ୍ଡ ରାଇଡିଂ ସେଣ୍ଟରରେ ଆୟୋଜିତ ହୋଇଥିଲା ହର୍ଷ ସୋ  । EFI (Equestrian Federetion of India) ପକ୍ଷରୁ ଆୟୋଜିତଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ସଫଳତା ପାଇବା ପରେ ରିଶିତା ନିଜର ପ୍ରତିକ୍ରିୟା ରଖି କହିଛନ୍ତି, ବ୍ରୋଞ୍ଚ ପଦକ ପାଇଁ ସେ ବହୁତ ଖୁସି । ସେ ଆଗକୁ ଆହୁରି ଭଲ ଖେଳି ଦେଶ ପାଇଁ ଗୌରବ ଆଣିବାକୁ ଚାହାଁନ୍ତି । ଏଥିପାଇଁ ସେ ସମସ୍ତଙ୍କର ସହଯୋଗ ଓ ଆଶୀର୍ବାଦ କାମନା କରିଛନ୍ତି ।

 

Leave A Reply

Your email address will not be published.