Latest Odisha News

BREAKING NEWS

ସ୍ୱାସ୍ଥ୍ୟପାଇଁ ଉପକାରୀ କମଳା….

ଆମ ଶରୀର ପାଇଁ ଉପକାରୀ ହେଉଛି ଫଳ । ସମସ୍ତ ଫଳ ମଧ୍ୟରୁ କମଳା ଅନ୍ୟତମ। ସେଥିପାଇଁ ସମସ୍ତେ କମଳାକୁ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର କରିଥାଏ । କମଳାରେ ଏମିନୋ ଏସିଡ୍‌, ଫାଇବର,କ୍ୟାଲିୟମ୍‌, ଆୟୋଡିନ୍‌,ସୋଡିୟମ୍‌, ମିନେରାଲ୍ସ,ଭିଟାମିନ୍ ଏ , ସି ଓ ବି ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ତତ୍ତ୍ୱ ଭରପୁର ରହିଥାଏ । ଏହା କେବଳ ଇମ୍ୟୁନିଟି ପାୱାର ବଢାଇବାରେ ସାହାଯ୍ୟ କରେ ତା ନୁହେଁ, ବରଂ ଏହା ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କମଳା ଖାଇବା ଦ୍ୱାରା କେଉଁ ସବୁ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ ।

-ପ୍ରତିଦିନ କମଳା ଖାଇଲେ ଏହା ଚର୍ମ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଚର୍ମକୁ ଫ୍ରି ରେଡିକାଲରୁ ରକ୍ଷା କରିଥାଏ।

-କମଳାରେ ପ୍ରଚୁର ପରିମାଣରେ ଭିଟାମିନ (B6) ରହିଥାଏ ।  ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସାହାଯ୍ୟ କରେ । ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

-କମଳା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିଥାଏ । ସକାଳ ଜଳଖିଆରେ ଏକ ଗ୍ଲାସ୍‌ କମଳା ଜୁସ୍‌ ପିଇଲେ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ।

-ମଧୁମେହ ରୋଗୀଙ୍କ ପାଇଁ କମଳା ଏକ ଉତ୍ତମ ଖାଦ୍ୟ । କମଳାରେ ଥିବା ଫାଇବର୍‌ ରକ୍ତରେ ଶର୍କରାର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଫ୍ରୁକ୍ଟୋଜ ରକ୍ତରେ ଶର୍କରାର ପରିମାଣ ବଢିବା ପାଇଁ ଦିଏ ନାହିଁ।

-ହୃତପିଣ୍ଡକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ କମଳା । କମଳା ରକ୍ତରେ ଥିବା କୋଲେଷ୍ଟ୍ରୋଲର ପରିମାଣ ହ୍ରାସ କରିଥାଏ ଫଳରେ ହୃଦଘାତର ଆଶଙ୍କା କମିଯାଇଥାଏ।

Leave A Reply

Your email address will not be published.