Latest Odisha News

BREAKING NEWS

ମିଛ ନୁହେଁ ‘ ଦ କେରଳ ଷ୍ଟାେରି’..ସାମ୍ବାଦିକ ସମ୍ମିଳନୀରେ ଦୁଃଖ ବଖାଣିଲେ ୨୬ ପୀଡିତା

ମୁମ୍ବାଇ: ଯେତେ ବିବାଦ ସେତେ ସଫଳତା  । ଏମିତି ସ୍ଥିତିରେ ଦର୍ଶକଙ୍କ ହୃଦୟ ଜିତୁଛି ’ଦ କେରଳ ଷ୍ଟୋରି । ସାଉଁଟି ଚାଲିଛି ପ୍ରଶଂସା । ବିବାଦ ଭିତରେ ନିଜର ଏକ ପରିଚୟ ସୃଷ୍ଟି କରି ସାରିଲାଣି ଦ କେରଳ ଷ୍ଟୋରି । ଇତିମଧ୍ୟରେ ପୁଣି ମିଡିଆ ଏବଂ ଦର୍ଶକଙ୍କୁ ଟାଣିଛି ଦ କେରଳ ଷ୍ଟୋରିର ଆଉ ଏକ ଘଟଣା ।

ଗୋଟିଏ ପକ୍ଷେ ଦ କେରଳ ଷ୍ଟୋରି ଏକ ରାଜନୈତିକ ଏଜଣ୍ଡା ବୋଲି କୁହାଯାଉଥିବାବେଳେ ଫଲ୍ମର ମେକର୍ସ ଏହାକୁ ବିରୋଧ କରି ଆସିଛନ୍ତି । ଏବେ ଫିଲ୍ମର ସତ୍ୟତା ପ୍ରମାଣ କରିବା ପାଇଁ ମେକର୍ସ କେରଳ ପୀଡିତାଙ୍କୁ ମଧ୍ୟ ସାମ୍ନାକୁ ଆଣିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ମେକର୍ସ ଫିଲ୍ମ ପଛର କାହାଣୀକୁ ଉପସ୍ଥାପନ କରିଛନ୍ତି ।

ବୁଧବାର ମଧ୍ୟାହ୍ନରେ ଫିଲ୍ମ ଡାଇରେକ୍ଟର ସୁଦୀପ୍ତୋ ସେନ ଏବଂ ପ୍ରଡ୍ୟୁସର ବିପୁଳ ଶାହ  ଏହି ସମ୍ମିଳନୀ ଡାକିଥିଲେ । ଅବଶ୍ୟ ଏହା ପୂର୍ବରୁ ମେକର୍ସ ଗ୍ରୁପ ପକ୍ଷରୁ ଏକଥା ପ୍ରଚାର କରାଯାଇଥିଲା ଯେ, ଫିଲ୍ମକୁ ନେଇ ଏକ ବଡ ଖୁଲାସା କରାଯିବ । ସେଥିପାଇଁ ବାନ୍ଦ୍ରା ୱେଷ୍ଟ ସ୍ଥିତ ରଙ୍ଗଶାରଦା ଭବନରେ ବହୁଂସଖ୍ୟକ ସାମ୍ବାଦିକ ପହଞ୍ଚିଥିଲେ । ହଲରେ ପହଞ୍ଚିବା ପରେ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ହେଇଥିଲେ । ସାଧାରଣତଃ ସାମ୍ବାଦିକ ସମ୍ମିଳନୀରେ ୮ରୁ ୧୦ଟି ସିଟ ଅତିବେଶିରେ ପଡିଥାଏ । କିନ୍ତୁ ଏଠି ୩୦ରୁ ଅଧିକ ସିଟ ପଡିଥିଲା । ଏହାକୁ ନେଇ କିଛି ସମୟ ପାଇଁ ଚାପା ଗୁଞ୍ଜରଣ ଖେଳି ଯାଇଥିଲା ।

ପରେ ଜଣାପଡିଥିଲା ଯେ, ସାମ୍ବାଦିକ ସମ୍ମିଳନୀରେ ଡାଇରେକ୍ଟର, ନିର୍ଦ୍ଦେଶକଙ୍କ ସମେତ କେରଳର ୨୬ ଜଣ ପୀଡିତା ବି ଆସୁଛନ୍ତି । ଏହି ମହିଳାମାନେ ଧର୍ମାନ୍ତରୀକରଣର ଶିକାର ହୋଇଛନ୍ତି । ଏହି ମହିଳାମାନେ କହିଥିଲେ କେରଳ ଷ୍ଟୋରି ଜୀବନ୍ତ କାହାଣୀକୁ ।  ସେମାନଙ୍କର ଏକ ବେସରକାରୀ ସଂସ୍ଥା ସହ ସମ୍ପର୍କ ଅଛି । ଏହି ସଂସ୍ଥା ଧର୍ମାନ୍ତର ମହିଳାଙ୍କୁ ଫେରାଇ ଆଣନ୍ତି ଏବଂ ମୂଳ ଧର୍ମ ସନାତନ ଧର୍ମରେ ମିଶାଇଥାନ୍ତି । ତେବେ ସାମ୍ବାଦିକମାନଙ୍କୁ ଏହି ମହିଳାଙ୍କ ସହ ଆଲୋଚନା ପାଇଁ କମ ସମୟ ମିଳିଥିଲା । କାରଣ ସେହିଦିନ ସେମାନେ କେରଳ ଫେରିଯିବାର କାର୍ଯ୍ୟକ୍ରମ ଥିଲା ।

ଏହି ମହିଳାମାନଙ୍କୁ ସମ୍ବୋଧନ କରି ପ୍ରଡ୍ୟୁସର ବିପୁଳ ଶାହ କହିଥିଲେ, ଏହି ମହିଳାମାନେ ଦୀର୍ଘ ବର୍ଷ ଧରି ଇସଲାମିକ ଧର୍ମ ଗ୍ରହଣ କରି ନେଇଥିଲେ । ହେଲେ ଏବେ ସେ ଘରକୁ ଫେରିଛନ୍ତି ।୨୬ ମହିଳାଙ୍କ ମଧ୍ୟରୁ ୩/୪ ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତେ ନିଜ ମୁହଁକୁ ଢାଙ୍କି ରଖିଥିଲେ । ତେବେ ଏମାନଙ୍କ ମଧ୍ୟରୁ କେହି ଆଇଏସଆଇଏସର ଶିକାର ହେଇଛନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜଣେ ପହିଥିଲେ, କେହି ଆଇଏସଆଇଏସର ଶୀକାର ହୋଇ ନାହାନ୍ତି କିନ୍ତୁ ଯଦି ସେସାନଙ୍କ ସଂସ୍ଥା ତାଙ୍କୁ ସୁରକ୍ଷା ଯୋଗାଇ ନ ଦେବ ତେବେ ତାଙ୍କର କିଛି ବି ଘଟିପାରେ । ଅନ୍ୟ ଜଣେ ପୀଡିତା ଏକ ତାଲିକା ପଢିଥିଲେ ଯେଉଁମାନେ ଏକ ବର୍ଷ ହେବ ଧର୍ମାନ୍ତର ହୋଇଛନ୍ତି ।  ଏମାନଙ୍କ ସଂଖ୍ୟା ୩୨ ହଜାରରୁ ଅଧିକ ହେବ ଏବଂ ଏମାନଙ୍କ ମଧ୍ୟରେ କିଛି ପୁଅ ଅଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟଜଣେ ମହିଳା ନିଜ ଅନୁଭୂତି ବର୍ଣ୍ଣନା କରି ସେ ନିଜକୁ ଫିଲ୍ମର ଚରିତ୍ର ଶାଳିନୀ ଉନ୍ନିକୃଷ୍ଣନନଙ୍କ ଭିତରେ କିପରି ପାଆନ୍ତି ସେ ବିଷୟରେ କହିଥିଲେ । ସେ ଦୀର୍ଘ ୨ ବର୍ଷ ହେବ ଧର୍ମାନ୍ତର ଭିତରେ କାଟିଛନ୍ତି ।

Comments are closed.