Latest Odisha News

କାହିଁକି ବନ୍ଦ ହୋଇ ଯାଇଥିଲା ନବେ ଦଶକର ସୁପରହିଟ୍ ଶୋ’ ‘ଶକ୍ତିମାନ’, ଜାଣନ୍ତୁ କାରଣ

ମୁମ୍ବାଇ: ନବେ ଦଶକର ସୁପରହିଟ୍ ଶୋ’ ‘ଶକ୍ତିମାନ’ । ପ୍ରତ୍ୟେକ ରବିବାର, ଶନିବାର ଓ ମଙ୍ଗଳବାର ଦିନ ଦୂରଦର୍ଶନରେ ପ୍ରସାରିତ ହେଇଥିବା ଏହି ଶୋ’ର ଲୋକପ୍ରିୟତା ଥିଲା ଢେର ଅଧିକା । ସେ ସମୟରେ ଅନେକ ସ୍ଥାନରେ ଟିଭିର ସୁବିଧା ନଥାଇ ମଧ୍ୟ ଗୋଟେ ଟିଭି ଆଗରେ ବସି ପିଲାମାନେ ଶକ୍ତିମାନ ଦେଖୁଥିଲେ।

ପ୍ରାୟ ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ଏହି ଧାରାବାହିକ ଚାଲିଥିବା ବେଳେ ପରେ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଏବେବି ପିଲାମାନଙ୍କ ମନରେ ରହିଛି ଶକ୍ତିମାନ ଛାଡିଯାଇଥିବା ଛାପ। ଖୁବଶୀଘ୍ର ଏହାର ଦ୍ୱିତୀୟ ଭାଗ ଆଣିବା ପାଇଁ ଯୋଜନା ଚାଲିଥିବା ବେଳେ ଏହାର ବନ୍ଦ ହେବା ପଛର କାରଣ କହିଛନ୍ତି ଶକ୍ତିମାନ ଭୂମିକାରେ ନଜର ଆସିଥିବା ମୁକେଶ ଖାନ୍ନା ।

ମୁକେଶଙ୍କ ଅନୁଯାୟୀ, ସେ ସମୟରେ ଧାରାବାହିକକୁ ପ୍ରାୟୋଜନ କରିବାକୁ ପଡ଼ୁଥିବା ବେଳେ ବିଜ୍ଞାପନରୁ ହିଁ ଧାରାବାହିକର ଆୟ ହେଉଥିଲା। ଶୋ’ ପାଇଁ ଦୁରଦର୍ଶନକୁ ୩.୮୦ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିଲା।

ପରେ ଶକ୍ତିମାନ ଅଧିକ ଲୋକପ୍ରିୟ ହେଉଥିବା ଦେଖି ଶନିବାର ଓ ମଙ୍ଗଳବାର ବ୍ୟତିତ ରବିବାର ସ୍କୁଲ ଛୁଟି ରହୁଥିବାରୁ ରବିବାର ଦିନ ମଧ୍ୟ ପ୍ରସାରିତ କରିବାକୁ ଦୁରଦର୍ଶନ ତାଙ୍କୁ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି । ଏହା ପରେ ୩ଦିନ ପ୍ରସାରଣ ହେଉଥିବାରୁ ଦୁରଦର୍ଶନକୁ ଦେବାକୁ ପଡେ ୭.୮୦ଲକ୍ଷ ଟଙ୍କା।

ପରେ ଧାରାବାହିକର ୧୦୪ଟି ଅଧ୍ୟାୟ ହେବା ଦେଖି ଦୂରଦର୍ଶନ ପକ୍ଷରୁ ତାଙ୍କୁ ୧୦.୮୦ଲକ୍ଷ ମଗାଗଲା। ଏହା ପରେ ଦୂରଦର୍ଶନ ନେଉଥିବା ୧୦ ଲକ୍ଷ ଟଙ୍କାକୁ ୧୬ଲକ୍ଷ କରିବାକୁ ଚିନ୍ତା କରୁଥିବା ଖବର ପାଇବାରୁ ମୁକେଶ ତାହାକୁ ବିରୋଧ କରିଥିବା କହିଛନ୍ତି । କିନ୍ତୁ ସେମାନେ ମୁକେଶଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ମୁକେଶ ଶକ୍ତିମାନକୁ ବନ୍ଦ କରିଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.