ମୁମ୍ବାଇ: ଡ଼େଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ଼ ଅଭିନେତ୍ରୀ ଜରିନ୍ ଖାନ୍ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଦେହରେ ଜ୍ୱର ରହିଥିବା ବେଳେ ଯନ୍ତ୍ରଣା ଅଧିକ ହେଉଥିବା ନେଇ ଜରିନ୍ ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜରିନ୍ ଏହି ସୂଚନା ଦେଇଛନ୍ତି ।
ଜରିନ୍ ଖାନ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ ଯେଉଁଥିରେ ତାଙ୍କ ହାତରେ ଏକ ଡ୍ରପ୍ ଲାଗିଥିବା ନଜର ଆସିଥିଲା । ହେଲେ ପରେ ସେ ସେହି ଷ୍ଟୋରୀକୁ ଡିଲିଟ କରିଦେଇଥିଲେ । ଏହା ପରେ ଅଭିନେତ୍ରୀ ଆଉ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ଏକ ଗ୍ଲାସରେ ଫଳ ରସ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଫଟୋରେ ସେ ଲେଖିଥିଲେ, ‘ରିକଭରି ମୋଡ୍’ । ଜଣାପଡ଼ିଛି ଯେ, ସେ ଏବେ ବି ଡ଼ାକ୍ତରଖାନାରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।
୨୦୧୦ ମସିହାରେ ଜରିନ୍ ସଲମାନ ଖାନ୍ଙ୍କ ସହ ଫିଲ୍ମ ‘ବୀର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଏତେ ବଡ଼ ଷ୍ଟାରଙ୍କ ସହ ଡେବ୍ୟୁ କରିବା ପରେ ବି ଫିଲ୍ମଟି ଫ୍ଲପ ହୋଇଥିଲା । ଏହା ପରେ ଆଉ କିଛି ଫିଲ୍ମରେ ଅଭିନୟ କରିଥିଲେ ବି ତାଙ୍କୁ ସେଭଳି ସଫଳତା ମିଳିପାରିନାହିଁ । ଇଣ୍ଡଷ୍ଟ୍ରିରେ ଅସଫଳ ହେବାର ମୁଖ୍ୟ କାରଣ ହେଉଛି ଅଭିନେତ୍ରୀ କଟ୍ରିନା କୈଫ । ଜରିନ୍ କହିଥିଲେ ଯେ, ମୁଁ ବଲିଉଡରେ ଡେବ୍ୟୁ କଲି ସେତେବେଳେ ସବୁ ମୋ ପାଇଁ ନୂଆ ଥିଲା । ମୋର ଚେହେରା ଅଭିନେତ୍ରୀ କଟ୍ରିନାଙ୍କ ସହ ମେଳ ଖାଉଥିବାରୁ ମୁଁ ବହୁତ ଖୁସି ହୋଇଥିଲି । କାରଣ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲି । ହେଲେ ତାଙ୍କ ସହ ତୁଳନା କରାଯିବାଟା ମୋ କ୍ୟାରିୟର ଉପରେ ଖରାପ ପ୍ରଭାବ ପକାଇଥିଲା । କାରଣ ଇଣ୍ଡଷ୍ଟ୍ରିର ଲୋକେ ମୋତେ ମୋର ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ସୁଯୋଗ ଦେଲେନି ।
Comments are closed.