ମୁମ୍ବାଇ: ଅଲଗା ହେଲେ ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା । ଦୁହିଁଙ୍କ ବ୍ରେକ୍ଅପ୍ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ମଲାଇକାଙ୍କଠାରୁ ଅଲଗା ହେବା ପରେ ଏବେ ଅର୍ଜୁନଙ୍କୁ ମିଳିଯାଇଛି ନୂଆ ସାଥୀ । କିଛି ଦିନ ହେବ ଅର୍ଜୁନ ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର କୁସା କପିଲାଙ୍କ ସହ ସଂପର୍କରେ ଥିବା ଜଣାଯାଇଛି । କାରଣ ଅର୍ଜ୍ଜୁନ ଓ କୁସାଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି ।
ବ୍ରେକ୍ଅପ୍ ନେଇ ଖବର ମଧ୍ୟରେ ମଲାଇକା ପରୋକ୍ଷରେ ଇଙ୍ଗିତ କରି ମନର କଥା କହିଛନ୍ତି । ଏହା ଆମେ ନୁହେଁ ବରଂ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି । ମଲାଇକା ନିକଟରେ ପିନ୍ଧିଥିବା ଏକ ଟି-ସାର୍ଟରେ ‘ଲେଟ୍ସ ଫଲ୍ ଆପାର୍ଟ’ ବୋଲି ଲେଖାଯାଇଥିଲା । ଯାହାକୁ ଦେଖିବା ପରେ ସେ ଅର୍ଜୁନଙ୍କ ସହ ଆଉ ପ୍ରେମ ସଂପର୍କରେ ନାହାନ୍ତି ବୋଲି ଅନୁମାନ କରାଯାଉଛି ।
କେବଳ ସେତିକି ନୁହେଁ, ମଲାଇକା ଅର୍ଜୁନଙ୍କ ଭଉଣୀ ଓ ବାପାଙ୍କୁ ତାଙ୍କ ଇନ୍ଷ୍ଟାଗ୍ରାମ୍ରୁ ଅନ୍ଫଲୋ କରିଦେଇଥିବା ଜଣାଯାଇଛି । କିଛି ଦିନ ପୂର୍ବରୁ ଅର୍ଜୁନ ଓ ମଲାଇକାଙ୍କୁ ଅନେକ ଇଭେଣ୍ଟରେ ଅଲଗା ଅଲଗା ଯିବାର ବି ଦେଖିବାକୁ ମିଳୁଛି । ଏହି ସବୁ କଥାରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଅର୍ଜୁନ ଓ ମଲାଇକାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଛି ।
Comments are closed.