Latest Odisha News

BREAKING NEWS

ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ତମନ୍ନା, ଭଲପାଇବା ଦେଇଥିବାରୁ ଦର୍ଶକଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କଲେ ଅଭିନେତ୍ରୀ ତମନ୍ନା ଭାଟିଆ । ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ହୃଦୟରେ ଘର କରିଛନ୍ତି ତମନ୍ନା । ତାଙ୍କ ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରିଥାନ୍ତି । ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କରିଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ମୋତେ ଏତେ ଭଲ ପାଇବା ଦେଇଥିବାରୁ ସେ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

୨୦୦୫ ମସିହାରେ ତମନ୍ନା ମନୋରଞ୍ଜନ ଦୁନିଆରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ‘ଚାନ୍ଦ ସା ରୋଶନ ଚେହରା’ ହୋଇଥିବାବେଳେ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ଥିଲା ‘ଶ୍ରୀ’ । ସେବେଠାରୁ ସେ ଅନେକ ଫିଲ୍ମରେ ଅଭିନୟ କରି ବେଶ୍ ପରିଚିତ ହୋଇପାରିଛନ୍ତି । ନିକଟରେ ତମନ୍ନା ‘ଜି କରଦା’, ‘ଲଷ୍ଟ ଷ୍ଟୋରିଜ ୨’ ରେ ଦେଖିବାକୁ ମିଳିଥିବା ବେଳେ ଏବେ ଆଖିରି ସଚ୍ଚରେ ନଜର ଆସିଛନ୍ତି । ସେ ତାଙ୍କର କୱଲା ଗୀତ ପାଇଁ ଇଣ୍ଟରନେଟରେ ଛାଇ ହୋଇ ଯାଇଛନ୍ତି ।

ଏବେ ଇଣ୍ଡଷ୍ଟ୍ରିରେ ୧୮ ବର୍ଷ ପୂରଣ କରିବା ଅବସରରେ ସେ କହିଛନ୍ତି, କିଶୋର ସ୍ୱପ୍ନରୁ ବୟସ୍କଙ୍କ ହୃଦୟଙ୍ଗମ … ଦୁଃଖ ସମୟରେ ଜଣେ ଝିଅ ଠାରୁ ଆରମ୍ଭ କରି ପଡୋଶୀରେ ରହୁଥିବା ଝିଅଠାରୁ ବଦମାସ ବାଉନ୍ସର ପର୍ଯ୍ୟନ୍ତ । ଏହା କେମିତି ସଫର ଥିଲା! ସେ ତାଙ୍କ ଫିଲ୍ମ ‘ଆଖରି ସଚ୍ଚ’ରେ ତାଙ୍କ ଚରିତ୍ର ବିଷୟରେ ଅଧିକ ଆଲୋଚନା କରିଛନ୍ତି । ଆଖରି ସଚ୍ଚରେ ପୋଲିସ ଭୂମିକାରେ ଅଭିନୟ କରିବା ମୋ ପାଇଁ ନିଶ୍ଚିତ ଭାବରେ ଏକ ଆହ୍ୱାନ ଥିଲା … କିନ୍ତୁ ମୁଁ ଏହାକୁ ଖୁସିରେ ସ୍ୱାଗତ କଲି ବୋଲି ସେ କହିଛନ୍ତି । ଏହି ସ୍ମୃତିଗୁଡ଼ିକୁ ମନେ ପକାଇବା ସହ ଆପଣଙ୍କ ସହ ବାଣ୍ଟିବାକୁ ଚାହିଁଲି । ଯେଉଁମାନେ ଏହି ସ୍ୱପ୍ନର ଯାତ୍ରା ସମୟରେ ମୋତେ ଅଧିକ ସମର୍ଥନ କରିଥିଲେ ସେମାନଙ୍କୁ ଧନ୍ୟବାଦ । ଅଗଷ୍ଟ ୨୫ ତାରିଖରେ ଓଟିଟିରେ ମୁକ୍ତିଲାଭ କରିଛି ‘ଆଖରି ସଚ୍ଚ’ । ଏଥିରେ ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି ।

Comments are closed.