Latest Odisha News

BREAKING NEWS

ଫ୍ରିଜରୁ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପଚାର

ଭୁବନେଶ୍ୱର: ଆଜିକାଲି ପ୍ରତି ଘରେ ଘରେ ଫ୍ରିଜ । ବଳକା ଖାଦ୍ୟ ଜିନିଷକୁ ନ ଫୋପାଡି କିଛି ଦିନ ପାଇଁ ସତେଜ ରଖିବାରେ ଏହା ବେଶ୍ ସହାୟକ ହୋଇଥାଏ । ମାତ୍ର ଯଦି ଏହି ସବୁ ଖାଦ୍ୟ ସାମଗ୍ରୀ ଅଧିକ ଦିନ ଯାଏ ଫ୍ରିଜ୍‌ରେ ରୁହେ, ତେବେ ଫ୍ରିଜ୍ ଭିତରୁ ଦୁର୍ଗନ୍ଧ ବାହାରି ଥାଏ। କେବଳ ରନ୍ଧା ଖାଦ୍ୟ ନୁହେଁ, ପରିବା ଏବଂ ବିଭିନ୍ନ ଫଳ ମଧ୍ୟ ଫ୍ରିଜ୍‌ରେ ରହି ରହି ଅନେକ ସମୟରେ ନଷ୍ଟ ହୋଇ ଦୁର୍ଗନ୍ଧ ବାହାରେ ।ଏହି ଦୁର୍ଗନ୍ଧ ସହଜରେ ଦୂର ହୋଇ ନ ଥାଏ।

ଯଦି ଆପଣଙ୍କ ଫ୍ରିଜ୍‌ରେ ଏପରି ଦୀର୍ଘ ଦିନ ଧରି ଖାଦ୍ୟ ସାମଗ୍ରୀ ବା ପନିପରିବା ରହିବା କାରଣରୁ ଦୁର୍ଗନ୍ଧ ବାହାରୁଥାଏ, ତେବେ ଜାଣନ୍ତୁ କିପରି ଏହି ଦୁର୍ଗନ୍ଧକୁ ଦୂର କରିବେ…

ଫ୍ରିଜ୍‌ ଭିତରେ ରହି ନଷ୍ଟ ହୋଇ ଯାଇଥିବା ଖାଦ୍ୟ ସାମଗ୍ରୀ ବା ପରିବାକୁ ପ୍ରଥମେ ବାହାର କରନ୍ତୁ। ଯଦି ସମ୍ଭବ ଫ୍ରିଜ୍‌ର ସେଲ୍‌ଗୁଡ଼ିକୁ ଟିକେ ସର୍ଫ ପାଣି କିମ୍ବା ବାସନମଜା ଲିକ୍ୱିଡ୍‌ରେ ସଫା କରି ଦିଅନ୍ତୁ। ନ ହେଲେ, କଲିନ୍‌ ସ୍ପ୍ରେ ମାରି ପୋଛି ଦିଅନ୍ତୁ। ଏହା ଦ୍ୱାରା ଦୁର୍ଗନ୍ଧ ପଳାଇବ।

ଫ୍ରିଜ୍‌ ସଫା କରୁଥିବା ପାଣିରେ ପୋଦିନା ରସରୁ କିଛି ବୁନ୍ଦା ପକାଇ ଦିଅନ୍ତୁ। ଆପଣ ଚାହିଁଲେ, ଏକ ଗିନାରେ ଏହି ରସ ନେଇ ସବୁବେଳ ପାଇଁ ଫ୍ରିଜ୍‌ରେ ରଖିପାରିବେ। ଏହାଦ୍ୱାରା ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର ହେବା ସହ ଏଥିରୁ ସୁଗନ୍ଧ ମଧ୍ୟ ବାହାରିବ।

ଲେମ୍ବୁ ମଧ୍ୟ ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଏକ ଗିନା ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଫ୍ରିଜ୍‌ରେ ରଖନ୍ତୁ, ଦେଖିବେ ଦୁର୍ଗନ୍ଧ ଦୂର ହୋଇଯିବ।

ଖବରକାଗଜ ଫ୍ରିଜ୍‌ର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରେ। ଫ୍ରିଜ୍‌ରେ ଯେଉଁ ଜିନିଷ ରଖୁଛନ୍ତି, ସେ ସବୁକୁ ଖବରକାଗଜ ଗୁଡ଼ାଇ ରଖନ୍ତୁ କିମ୍ବା ଫ୍ରିଜ୍‌ରେ ଏକ ପେପର୍‌ ବଣ୍ଡଲ୍‌ ରଖି ଦିଅନ୍ତୁ। ଦୁର୍ଗନ୍ଧ ଦୂର ହୋଇଯିବ।

Comments are closed.