Latest Odisha News

‘କୁଇନ’ ହେବେ ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ନିମକି’ର ସଫଳତା ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ନଜର ଆସିବେ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘କୁଇନ’ରେ । ବର୍ଷାଙ୍କ ବିପକ୍ଷରେ ନଜର ଆସିବେ ଅଭିନେତା ଜୟଜିତ ଦାସ ।

ମିଳିଥିବା ସୂଚନା ଅନୁସାରେ ହାସ୍ୟ ଅଭିନେତା ହରିହର ମହାପାତ୍ର ଓ ପାପି ସନ୍ତୁକାଙ୍କୁ ଏହି ଚଳଚ୍ଚିତ୍ରରେ ବିଶେଷ ଭୂମିକାରେ ଦେଖିବାକୁ ମିଳିବ। କିଛିଦିନ ତଳେ କଟକଠାରେ ଏହାର ଶୁଭମହୁରତ୍ ହୋଇଛି ।

ଭିଦିସା କ୍ରାଫ୍ଟ ବ୍ୟାନର ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଅମରେଶ ପତି ସମ୍ଭାଳି ଥିବା ବେଳେ, ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର ।

ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ, ଏହି ଫିଲ୍ମର କାହାଣି ସମ୍ପୂର୍ଣ୍ଣ ଭିନ୍ନ ଧରଣର, ଦର୍ଶକ ଏଥିରେ ଜୟଜିତଙ୍କୁ ଏକ ନୂଆ ରୂପରେ ଦେଖିବାକୁ ପାଇବେ ।

ଏହି ଚଳଚ୍ଚିତ୍ରଟିର କାହାଣୀକୁ ଦର୍ଶକମାନେ ନିଜ ବାସ୍ତବ ଜୀବନ ସହ ଯୋଡି ପାରିବେ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ରହିଛି, ଯାହା ଲୋକମାନଙ୍କ ପାଖରେ ପହଞ୍ଚିବା ଦରକାର ବୋଲି ଅଭିନେତ୍ରୀ ବର୍ଷା ମତ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.