Latest Odisha News

BREAKING NEWS

ହାଡକୁ ମଜବୁତ କରେ ସପୁରୀ ଜୁସ୍, ଜାଣନ୍ତୁ ଏହାର ଚମତ୍କାର ଫାଇଦା ବିଷୟରେ…

ଭୁବନେଶ୍ଵର: ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ଏହା ଏପରି ଗୋଟିଏ ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟ ଛୋଟ ଖଣ୍ଡ କରି ଖାଇ ପାରିବ ଓ ଜୁସ କରି ମଧ୍ୟ ପିଇ ପାରିବା l ସପୁରି ବ୍ରୋମିଲିସିୟା ପ୍ରଜାତିର ପ୍ରମୁଖ ଫଳ ଅଟେ l ଯାହା ଫିଲିପାଇନ୍ସ ,ଥାଇଲାଣ୍ଡ ,ଇଣ୍ଡୋନେସିଆ ,ମାଲେସିଆ ,କେନିଆ ଓ ଭାରତରେ ଚାଷ କରାଯାଏ l ଅନେକ ଦେଶର ସଂସ୍କୃତିରେ ଏହାକୁ ଏକ ଔଷଧୀୟ ଗଛ ଭାବରେ ଗଣନା କରାଯାଏ l ତେବେ ଆସନ୍ତୁ ଜାଣିବା ସପୁରୀର ସ୍ଵାସ୍ଥ୍ୟଗତ ଉପାଦେୟତା ସମ୍ବନ୍ଧରେ ।

ହାଡ଼କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁଦୃଢ ଓ ମଜବୁତ ରଖିବା ପାଇଁ ସପୁରିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏଥିରେ ମାଙ୍ଗାନିଜ ଅଛି ,ଯାହା ହାଡ଼କୁ ମଜବୁତ ରଖିବାରେ ମୁଖ୍ୟ ଖଣିଜ ପଦାର୍ଥ ସାହାର୍ଯ୍ୟ କରିଥାଏ l ଏହା ବ୍ୟତୀତ ସପୁରୀରେ କ୍ୟାଲସିୟମ ମଧ୍ୟ ରହିଛି l ଏହି ଦୁଇଟି ଜରୁରୀ ପୋଷାକ ତତ୍ୱ ସପୁରୀରେ ରହିଥିବା ହେତୁ ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

ବ୍ରୋମେଲେନ ଶ୍ୱାସ ରୋଗୀ ମାନଙ୍କ ପାଇଁ ସପୁରି ଏକ ବରଦାନ ସଦୃଶ୍ୟ l ଶ୍ୱାସ ଯୋଗୁ ଶ୍ୱାସନଳୀର ଫୁଲାକୁ କମ କରିବାରେ ସପୁରୀ ସାହାଯ୍ୟ କରିଥାଏ । ସପୁରୀକୁ ସେବନ କରିବା ଦ୍ୱାରା ଆମର ହୃତପିଣ୍ଡ ସୁସ୍ଥ ରହିଥାଏ l ଏଥିରେ କାର୍ଡିଓପ୍ରୋଟେକ୍ଟଟିଭ ଗୁଣ ମହଜୂତ ଅଛି l ଏଥିରେ ମହଜୂତ ଥିବା ବ୍ରୋମେଲେନ ଆମର କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ l ଏହା ସହିତ ଆମ ଶରୀରରେ ରକ୍ତ ସଂଚାଳନ ଠିକ୍ ରେ କରାଇଥାଏ l

ସପୁରୀ ରସ ଓଜନ କମାଇବା ପାଇଁ ରାମବାଣ ସଦୃଶ୍ୟ କାମ କରିଥାଏ l ସପୁରୀରେ ଆଣ୍ଟିଓ଼ବେସିଟି ତତ୍ୱ ଓ ଲିପୋଜେନେସୀସ ଥିବା କାରଣରୁ ସପୁରୀ ଆମ ଶରୀରରେ ଥିବା ଚର୍ବିକୁ କମ କରିବାରେ ସାହାଯ୍ୟ କରିଥାଏ l ଯଦିଆମେ ସକାଳୁ ସପୁରୀରସ ପିଇବା ତେବେ ଓଜନ କମିବାରେ ଏହା ସାହାଯ୍ୟ କରିବ l

 

Comments are closed.