Latest Odisha News

ବିଶ୍ୱ ବକ୍ସିଂ ଚାମ୍ପିୟନସିପ: ଫାଇନାଲରେ ପହଞ୍ଚି ଇତିହାସ ରଚିଲେ ଭାରତୀୟ ବକ୍ସର ଅମିତ ପଂଘଲ୍

ମସ୍କୋ: ରୁଷିଆର ୟେକାଟେରିନବର୍ଗଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତୀୟ ବକ୍ସର ଅମିତ ପଂଘଲ୍ ୫୨ କେଜି ବର୍ଗରେ ଫାଇନାଲକୁ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ସେମିଫାଇନାଲ୍ ବାଉଟରେ କାଜାଖାସ୍ଥାନର ମୁଷ୍ଟିଯୋଦ୍ଧା ସାକେନ ବିବୋସିନୋଭଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଏହାପୂର୍ବରୁ କୌଣସି ଭାରତୀ ବକ୍ସର ବିଶ୍ୱ ବକ୍ସିଂ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି ।

ଅନ୍ୟ ଜଣେ ଭାରତୀୟ ବକ୍ସର ମନିଶ କୌଶିକ ୬୩ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଶନିବାର ଦିନ ଅମିତ ସ୍ୱର୍ଣ୍ଣ ପଦକ ଲାଗି ଫାଇନାଲରେ ଲଢେଇ କରିବେ । ତେବେ ରୌପ୍ୟ ପଦକ ନିଶ୍ଚିତ କରିସାରିଥିବା ଅମିତ ପ୍ରଥମ ଭାରତୀୟ ବକ୍ସର ଭାବେ ଏହି ଗୌରବ ଅର୍ଜନ କରିପାରିଛନ୍ତି ।

ଫାଇନାଲରେ ଅମିତ ଉଜବେକିସ୍ତାନର ବକ୍ସର୍ ସାଖୋବିଦିନ ଜୋଇରୋଭଙ୍କ ସହିତ ଲଢେଇ କରିବେ ।

ପୂର୍ବରୁ ୪ ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିପାରିନଥିଲେ ମଧ୍ୟ ସେମିଫାଇନାଲରେ ପରାଜିତ ହୋଇ ବ୍ରୋଞ୍ଜ ପଦକ ହାସଲ କରିପାରିଛନ୍ତି । ଭାରତୀୟ ବକ୍ସର ବିଜେନ୍ଦର ସିଂହ (୨୦୦୯), ବିକାଶ କ୍ରିଷନ (୨୦୧୧), ଶିବ ଥାପ୍ପା (୨୦୧୫) ଏବଂ ଗୌରବ ବିଧୁରୀ ବିଶ୍ୱ ଚାମ୍ପିୟନସିପ ବ୍ରୋଞ୍ଜ ହାସଲ କରିଥିଲେ ।

Comments are closed.