ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ଲାଗି ରୌପ୍ୟ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛନ୍ତି ଭାରତୀୟ ବକ୍ସର୍ ଅମିତ୍ ପୋଂଘଲ୍ ।
A well-deserved silver?for our #TOPSAthlete @Boxerpanghal as he went down to Uzbekistan’s Shakhobidin Zoirov in the 52 kg final.???
?This is India’s first silver at the Men’s World #Boxing C’ships after 5 bronze medals. ✅
Great show throughout, Amit. Congratulations! ??? pic.twitter.com/WKTfIpJ1Z9
— SAIMedia (@Media_SAI) September 21, 2019
ଫାଇନାଲକୁ ଉନ୍ନିତ ହୋଇଥିବା ବକ୍ସର୍ ଅମିତ୍ ଉଜବେକିସ୍ତାନ ମୁଷ୍ଟିଯୋଦ୍ଧା ଶାଖୋବିଦିନ୍ ଜାଇରୋଭଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହାଫଳରେ ଅମିତଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।
ବିଶ୍ୱ ବକ୍ସିଂ ଚାମ୍ପିୟନସିପର ୫୨ କେଜି ବର୍ଗର ପ୍ରଥମ ଭାରତୀୟ ଭାବେ ଅମିତ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ । ଭାରତ ୫ଟି ବ୍ରୋଞ୍ଜ ପଦକ ପରେ ବିଶ୍ୱ ବକ୍ସିଂରେ ପ୍ରଥମ ରୌପ୍ୟ ପଦକ ହାସଲ କରିପାରିବାର ଗୌରବ ଅର୍ଜନ କରିଛି ।
Comments are closed.