Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଫାଲଗୁନ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗୋଟିଏ ବର୍ଷ ମଧ୍ୟରେ ପାଳିତ ହେଉଥିବା ସମସ୍ତ ପର୍ବ ପର୍ବାଣୀ ବିଷୟରେ ଆଲୋଚନା ଜାରି ରହିଛି। ବର୍ତ୍ତମାନ ଆମେ ଫାଲଗୁନ ମାସ କଥା ଆଲୋଚନା କରିବା, ଆଉ ଆରମ୍ଭ କରିବା।

ଶିବରାତ୍ରି :- ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଥାଏ ମହା ଶିବରାତ୍ରି। ଏହି ଦିବସରେ ରାତ୍ର ଉଜାଗର ରହି ଶିବଙ୍କ ଉପାସନା କରାଯାଉଥିବାରୁ ଏହି ପର୍ବଟି ମୁଖ୍ୟତଃ ଜାଗର ଯାତ୍ରା ହିସାବରେ ପରିଚିତ ଅଟେ।

 

ଅଗ୍ନି ଉତ୍ସବ :- ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଏହି ଉତ୍ସବ ଓଡିଶାର ପୁର ପଲ୍ଲୀରେ ପାଳିତ ହୋଇଥାଏ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ କିଛି ସ୍ୱତନ୍ତ୍ର ନୀତି ମଧ୍ୟ ଶ୍ରୀଜୀଉମାନଙ୍କ ପାଇଁ ହୋଇଥାଏ।

 

ଫଗୁ ଦଶମୀ :- ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଫଗୁ ଦଶମୀ ପାଳିତ ହୋଇଥାଏ। ଫଗୁ (ଏକ ରଙ୍ଗୀନ ପଦାର୍ଥ )ଏହି ଦିନ ଠାକୁରଙ୍କୁ ପ୍ରଦାନ କରି, ପରସ୍ପର ମଧ୍ୟରେ ଭାଇଚାରା ପ୍ରକାଶ କରିବା ପାଇଁ ଏହି ରଙ୍ଗ ଖେଳିଥାନ୍ତି।

ଗୋବିନ୍ଦ ଦ୍ୱାଦଶୀ :- ଫାଲଗୁନ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଏହି ପର୍ବ ସ୍ୱତନ୍ତ୍ର ରୀତି ନୀତି ସହ ଶ୍ରୀମନ୍ଦିରରେ ପାଳିତ ହୁଏ।

ଦୋଳପୁର୍ଣିମା :- ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ସାଧାରଣରେ ମଧ୍ୟ ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ।

ବେଣ୍ଟ ଯାତ୍ରା :-ଫାଲଗୁନ ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥିରେ ତଥା ଚତୁର୍ଥୀ, ଅଷ୍ଟମୀ ଦ୍ୱାଦଶୀ ତିଥିରେ ଏହା ପାଳିତ ହୋଇଥାଏ।

 

ଆଗାମୀ ଅଧ୍ୟାୟରେ ଜାଣିବା ଚୈତ୍ର ମାସ ବିଷୟରେ। ବର୍ଷର ଶେଷ ମାସ ହିସାବରେ ଶ୍ରୀମନ୍ଦିର ପରମ୍ପରାରେ ଅନେକ ବିଶେଷ ନୀତି ହୋଇଥାଏ।

 

ଚୈତ୍ର ଗୁଣ୍ଡିଚା ସହ ଅନ୍ୟାନ୍ୟ ନୀତି ବିଷୟରେ ଜାଣିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

 

ସେ ଭକ୍ତ ମଧ୍ୟମ ଅଟଇ

ଯେଣୁ ସେ ଭେଦକୁ ଦେଖଇ।

ଦୁଃଖେ ସଂଚିତ ଯେତେ ଧନ

ସେ ନୋହେ ସୁଖେ ପ୍ରୟୋଜନ।

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

.

 

 

 

Comments are closed.