Latest Odisha News

BREAKING NEWS

୧୧ତମ ବାର୍ଷିକ ଭକ୍ତି ସଙ୍ଗୀତ ଓ ସୁଫିୟାନା ସଙ୍ଗୀତର କାର୍ଯ୍ୟକ୍ରମ ସମର୍ପଣ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୧୧ ତମ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଉଦ୍ଘାଟିତ ହୋଇଯାଇଛି ।

 

ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକ୍ରମଟିକୁ ପରିଚାଳନା ଓ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା, ଭୁବନେଶ୍ୱର ମ୍ୟୁଜିକ ସର୍କଲର ଉପ ସଭାପତି

ବିଦୁଭୂଷଣ ଦାସ, ଭୁବନେଶ୍ୱର ମ୍ୟୁଜିକ ସର୍କଲର କୋଷାଧ୍ୟକ୍ଷ ଗିରିଜା ପ୍ରସାଦ ପାଣିଗ୍ରାହୀ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଚିବ କ୍ଷୀରୋଦ କୁମାର ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଲେ ।

 

 

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଆକାଶ ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ନାୟକଙ୍କ ଦ୍ୱାରା ଗୁରୁ ନାନକ, ଗୋସ୍ୱାମୀ ତୁଲସୀ ଦାସ, ସନ୍ଥ ସୁର ଦାସ, ସନ୍ଥ କବୀର ଏବଂ ମୀରାବାଇଙ୍କ ଦ୍ୱାରା ରଚିତ ଆଧ୍ୟାତ୍ମିକ ତଥା ପାରମ୍ପାରିକ ସୁଫିୟାନା ସଙ୍ଗୀତ ପରିବେଷଣ କରିଥିଲେ ।ପରେ ପରେ ରାଜସ୍ଥାନରୁ ଆସିଥିବା ରାଜସ୍ଥାନ ପାରମ୍ପାରିକ ତଥା ଗ୍ରାମୀଣ ସଂସ୍କୃତି ସମିତି (ଷ୍ଟାର୍କ) ଅନୁଷ୍ଟାନର କଳାକାରମାନେ ରାଜସ୍ଥାନର ମଙ୍ଗୋନିୟର ସଂସ୍କୃତିର ବିଭିନ୍ନ ରାଗ ଓ ତାଳରେ ପାରମ୍ପରିକ ରାଜସ୍ଥାନୀ ସଙ୍ଗୀତ ଯାହାକୁ ପରିବେଷଣ କରିଥିଲେ।

ଭାରତୀୟ ସୁଫିୟାନା ସଙ୍ଗୀତ ସହିତ ଅନ୍ୟାନ୍ୟ ଭକ୍ତି ରସାତ୍ମକ ଓ ଆଧ୍ୟାତ୍ମିକ ସଙ୍ଗୀତର ପ୍ରଚାର ଓ ପ୍ରସାର ଆଭିମୁଖ୍ୟ ସହ ଆୟୋଜିତ ଏହି ଉତ୍ସବ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ସନ୍ଧ୍ୟା ୬.୩୦ ଘଟିକାରୁ ଅନୁଷ୍ଠିତ ହେବ ।

Comments are closed.